୨୦୧୯ ବିଶ୍ୱକପରେ ଭାରତ ବିଶ୍ୱବିଜେତା ହେଲେ, ନିର୍ମାଣ ହେବ ଚଳଚିତ୍ର ! ଜାଣନ୍ତୁ କିଏ ନିର୍ମାଣ କରିବେ ଫିଲ୍ମ ।

Advertisment
‘ବିଶ୍ୱକପ ଜିତିବ ଭାରତ’ : ପାକିସ୍ତାନ ପଟୁ ଆସିଲା ଭବିଷ୍ୟବାଣୀ । ଜାଣନ୍ତୁ କିଏ କହିଲେ ଏମିତି କଥା ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ୍ ଶେଷ ହୋଇ ଆସୁଥିବା ବେଳେ, କିଏ ହେବ ବିଶ୍ୱବିଜେତା, ସେନେଇ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ଆଉ ଏହାରି ଭିତରେ ବିଶ୍ୱକପକୁ ନେଇ ଆସିଛି ଏକ ବଡ ଖବର । ରଣବୀର ସିଂହଙ୍କ ଅଭିନୀତ ତଥା କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ‘୮୩’ର ସୁଟିଂ ଏବେ ଇଂଲଣ୍ଡରେ ଚାଲୁଛି । ଏହା ୧୯୮୩ରେ ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତ କରିଥିବା ଐତିହାସିକ ବିଜୟ ଉପରେ ଆଧାରିତ । ଏଥିସହିତ ଏବେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳିଛି । ତାହା ହେଲା ଯଦି ଭାରତ ୨୦୧୯ର ବିଶ୍ୱକପ୍‌ ବିଜୟୀ ହୁଏ ତେବେ ଏହାକୁ ନେଇ ଫିଲ୍ମ ‘୮୩’ର ନିର୍ମାତାମାନେ ଆଉ ଏକ ଫିଲ୍ମ ନିର୍ମାଣ କରିବେ ।

publive-imageତେବେ ଏନେଇ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଯଦି ଭାରତ ୨୦୧୯ର ବିଶ୍ୱକପ୍‌ ବିଜୟୀ ହୁଏ ତେବେ ଏହାକୁ ନେଇ ଫିଲ୍ମ ନିର୍ମାଣ କରାଯିବ । ଏଥିସହିତ ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲୁଥିବା ସହ ଏହାର ପ୍ରସ୍ତୁତି ପାଇଁ ମଧୁ ମଣ୍ଟେନା ଖୁବ୍‌ ଉତ୍ସାହିତ ଅଛନ୍ତି ବୋଲି ବି ଜଣାଯାଇଛି । ସୂଚନାଯୋଗ୍ୟ ଯେ ଫିଲ୍ମ ‘୮୩’ରେ ଅଭିନେତା ରଣବୀର ସିଂହ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଚରିତ୍ରରେ ଅଭିନୟ କରୁଥିବା ବେଳେ,ଅନ୍ୟମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍, ସାକିବ ସଲୀମ୍‌, ଆର ବଦ୍ରୀ, ହାର୍ଡି ସଂଧୁ, ଚିରାଗ ପାଟିଲ, ପଂକଜ ତ୍ରିପାଠୀ, ଅମ୍ମି ବିର୍କ ଏବଂ ସାହିଲ ଖଟ୍ଟର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହା ଆସନ୍ତା ବର୍ଷ ଅପ୍ରେଲ ୧୦ ତାରିଖରେ ରିଲିଜ୍‌ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe