କନକ ବ୍ୟୁରୋ: ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମଧ୍ୟ ଏହି ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଛି । ପରମ୍ପରା ଅନୁସାରେ ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ଆଜିର ବିଶେଷ ତିଥିରେ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟ ମଠ ମାନଙ୍କରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପୁରୀର ଗୌର ବିହାର ପରିସରରେ ପ୍ରସ୍ତୁତ କରାଯାଇଥିଲା ପ୍ରାୟ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ୪୦ଜଣ ଭକ୍ତ ୮ଘଣ୍ଟାରୁ ଅଧିକ ସମୟ ଧରି ପ୍ରସ୍ତୁତ କରିଥିଲେ ଭଳିକି ଭଳି ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ପିଠା । ଏଥିରେ ରହିଥିଲା ୧୪ ପ୍ରକାର ଅନ୍ନ, ୬୦ ପ୍ରକାର ଡାଲି, ତରକାରୀ , ପିଠା , ମିଠା , ୫୫ପ୍ରକାର ଚଟଣୀ, ୫୦ ପ୍ରକାର ପାମ୍ପଡ, ୬୦ପ୍ରକାର ଭଜା ଓ ୮୫୧ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କୁ ଅର୍ପଣ କରାଯାଇଥିଲା । ପ୍ରସାଦ ଅର୍ପଣ କରାଯାଇ ସାରିବା ପରେ ସମସ୍ତ ବ୍ୟଞ୍ଜନ ଭକ୍ତଙ୍କ ଗହଣରେ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା ।
ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ନୀତି । ରାଧାକୃଷ୍ଣଙ୍କୁ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି
/kanak/media/post_attachments/wp-content/uploads/2023/12/vlcsnap-2023-12-24-15h13m19s272.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)