ପୁଣି କରୋନାର କରାଳ ରୂପ । ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୮୧ ହଜାର ସଂକ୍ରମିତ । ଗତ ୨୪ ଘଂଟାରେ ୪୬୯ ମୃତ

127

କନକ ବ୍ୟୁରୋ : ଏବେ ପୁଣିଥରେ କରୋନା ତା’ର କରାଳ ରୂପ ଦେଖାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ସଂଖ୍ୟା ଗତକାଲି ପ୍ରକାଶିତ ସଂକ୍ରମିତଙ୍କ ସଂଖ୍ୟାର ୧୩ ପ୍ରତିଶଷତ ବୃଦ୍ଧି ହୋଇଥିବା କୁହାଯାଇଛି । ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୬,୭୧,୨୪୨ ଜଣ ଲୋକଙ୍କୁ ଟିକା ଦିଆଯାଇଛି ।

ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୩,୦୩,୧୩୧ ରେ ପହଂଚିଛି । ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬,୧୪,୬୯୬କୁ ବୃଦ୍ଧି ପାଇଛି । ଅନ୍ୟପଟେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୧,୫୨୫,୦୩୯ କୁ ବୃଦ୍ଧି ପାଇଛି । ଏଭଳି ସ୍ଥଳେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧୬୩,୩୯୬ କୁ ବୃଦ୍ଧି ପାଇଛି ।