କନକ ବ୍ୟୁରୋ: ମହାମାରୀକୁ ମାତ ଦେଲେ ୮୧ ବର୍ଷର ବୃଦ୍ଧ । କରୋନାକୁ ହରାଇଲେ କନ୍ଧମାଳର ବୟସ୍କ ବ୍ୟକ୍ତି । କରୋନା ମହାମାରୀ କବଳରେ ସାରା ଦେଶ ପଡ଼ିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଲୋକମାନେ । କିନ୍ତୁ କନ୍ଧମାଳ ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ବୃଦ୍ଧ କରୋନାକୁ ହରାଇଦେଇଛନ୍ତି । ରାଇକିଆ ବ୍ଲକ ତଳଇନ୍ଦ୍ରାଗଡ଼ାର ଗୋପୀନାଥ ଡାକୁଆ କରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଛନ୍ତି । ତେବେ ଗୋପୀନାଥ ସୁସ୍ଥ ହୋଇଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।
Glad to inform the recovery of an octagenerarian sri Gopinath Dakua of Indragada,Raikia block of Kandhamal district.The dedicated efforts of all doctors and health care staff is commendable @MoSarkar_Odisha@CMO_Odisha@SRC_Odisha@osdmaodisha@HFWOdishapic.twitter.com/h5KM6WOGGu
— Collector Kandhamal (@DMKandhamal) July 13, 2020
ତେବେ ଗୋପୀନାଥଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ଗତ ଜୁନ ୨୮ରେ ତାଙ୍କୁ ରାଇକିଆ ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ବାବ ପରୀକ୍ଷା ହେବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହାପରେ ଗତ ୪ ତାରିଖରେ ତାଙ୍କୁ ଫୁଲବାଣୀସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ପରେ ଜୁଲାଇ ୧୩ରେ ସେ ସୁସ୍ଥ ହୋଇ ହସପିଟାଲରୁ ଛାଡ଼ ପାଇଛନ୍ତି ।