ପଞ୍ଜାବରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁକେ ଷ୍ଟ୍ରେନ । ଯୁବକ ମାନଙ୍କୁ ଟିକା ଦେବାକୁ କେନ୍ଦ୍ରର ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ

83

କନକ ବ୍ୟୁରୋ : ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଛନ୍ତି କି ରାଜ୍ୟର ଯୁବକ ମାନଙ୍କୁ ଟିକା ଦେବାକୁ ଅନୁମତି ଦିଆଯାଉ । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀନ ଠୁକରାଲଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଚିନ୍ତାବ୍ୟକ୍ତ କରି କହିଛନ୍ତି କି କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁ.କେ ଷ୍ଟ୍ରେନ ବୋଲି ଜଣାପଡିଛି । ଏହାସହ ଠୁକରାଲଙ୍କ କହିବା ମୁତାବକ ଏବେ ରାଜ୍ୟରେ ଅଧିକ ପରିମାଣର ଯୁବକ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି କି ୬୦ ବର୍ଷରୁ କମ୍ ବର୍ଷର ଲୋକମାନଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରନ୍ତୁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି କି ୟୁକେ ଭାରିଏଣ୍ଟ (ବି ୧୧୭) ଭୂତାଣୁ ଅତି ଘାତକ ଅଟେ । ଏନେଇ ପଞ୍ଜାବରେ ୪୦୧ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତାହା ମଧ୍ୟରୁ ୮୧ ପ୍ରତିଶତ ୟୁକେ ଭାରିଏଣ୍ଟ (ବି,୧୧୭) ବୋଲି ଜଣାପଡିଛି । ଏହାସହ ୟୁକେ ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ରାଜ୍ୟରେ ଅଧିକ ଯୁବକ ସଂକ୍ରମିତ ହେଉଥିବା ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଲୋକମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଓ କୋଭିଡ୍ କଟକଣାକୁ କଡାକଡି ପାଳନ କରିବାକୁ ଅନୁରୋଧ କରିଛନ୍ତି ।

କହିରଖୁ କି ସୋମବାର ଦିନ ପଞ୍ଜାବରେ ୩୭୧ ନୂଆ ସଂକ୍ରମିତ ଚିହ୍ନଟ ହେଶଇଛନ୍ତି । ଏବେ ରାଜ୍ୟରେ ମୋଟ ୧୮,୬୨୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏହାସହ କରୋନା ସଂକ୍ରମଣରେ ରାଜ୍ୟରେ ମୋଟ ୬,୩୮୨ ଜଣଙ୍କର ଜୀବନ ଯାଇଛି ।