ରାଜ୍ୟରେ ବଢୁଛି ବଣ୍ୟଜନ୍ତୁ ଶିକାର । ୫ ବର୍ଷ ମଧ୍ୟରେ କେତେ ବଣ୍ୟଜନ୍ତୁ ଶିକାର କରିଛନ୍ତି ଶିକାରୀ, ହିସାବ ଦେଲେ ଜଙ୍ଗଲ ମନ୍ତ୍ରୀ ।

110

କନକ ବ୍ୟୁରୋ : ରାଜ୍ୟରେ ଏବେ ବଣ୍ୟଜନ୍ତୁ ଶିକାର ବଢି ଚାଲିଛି । ବଣ୍ୟଜନ୍ତୁଙ୍କୁ ଶିକାର କରି ବାହାର ରାଜ୍ୟ ତଥା ଦେଶକୁ ପଠାଉଛନ୍ତି ଶିକାରୀ । ବଣ୍ୟଜନ୍ତୁ ଶିକାର ରୋକିବାକୁ ସରକାର ଅନେକ ପଦକ୍ଷେପ ହାତକୁ ନେଉଥିଲେ ମଧ୍ୟ ଏଥିରେ ସେତେଟା ସଫଳତା ମିଳୁନାହିଁ । ତେବେ ଗତ ୫ ବର୍ଷରେ କେତେ ବଣ୍ୟଜନ୍ତ୍ୁ ଶିକାର ହୋଇଛନ୍ତି ଓ ଏମାନଙ୍କୁ ଶିକାର କରିଥିବା କେତେ ଜଣ ଶିକାରୀ ଗିରଫ ହୋଇଛନ୍ତି । ଏହି ସମୟ ମଧ୍ୟରେ ଜଙ୍ଗଲ ନିଆଁରେ କେତେ ଜଙ୍ଗଲ ନଷ୍ଟ ହୋଇଛି? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିଧାନସଭାରେ ଲିଖିତ ଉତ୍ତର ରଖି ଜଙ୍ଗଲମନ୍ତ୍ରୀ କହିଛନ୍ତି. ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୮୦୨ ଗୋଟି ହାତୀ, ବାଘ ଓ ଅନ୍ୟାନ୍ୟ ବିରଳ ବନ୍ୟଜନ୍ତୁ ଶିକାର ହୋଇଛନ୍ତି । ଆଉ ବନ୍ୟଜନ୍ତୁ ଶିକାର ମାମଲାରେ ୩୨୪୮ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସବୁଠୁ ବଡ କଥା ହେଲା, ଏହି ୫ ବର୍ଷ ମଧ୍ୟରେ ୩୩୪ଟି ବାରହା ଶିକାର ହୋଇଥିବା ବେଳେ ୧୧ ହାତୀ, ୧୨ ଭାଲୁ, ୨୩ ଝିଙ୍କ, ୬୬ ସମ୍ବର, ୯୭ଟି ମୃଗ, ୨୬ଟି ସାର୍କ ଶିକାର କରାଯାଇଛି । ୨୦୨୦-୨୧ରେ ସର୍ବାଧିକ ୧୧୧ ବାରହା ଶିକାର କରାଯାଇଥିବା କହିଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ ।