କନକ ବ୍ୟୁରୋ : ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଚୀନରେ ବର୍ତମାନ ସୁଦ୍ଧା ୮୦୦ରୁ ଅଧିକ ଜଣଙ୍କ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି । ଭୂତାଣୁରେ ୩୭ ହଜାରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ତେବେ ଏପଟେ ରାଜ୍ୟରେ କରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛି ଡିଏମଇଟି । ଜାନୁଆରୀ ୧୫ରୁ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ସନ୍ଦେହରେ ୪୩ ଜଣଙ୍କ ମଧ୍ୟରୁ କାହାରି ମଧ୍ୟ ଭାଇରସ ଚିହ୍ନଟ ହୋଇନାହିଁ ।
୪୩ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ନମୁନା ପୁନେ ପଠାଯାଇଥିଲା । କିନ୍ତୁ ସମସ୍ତଙ୍କ ନମୁନା ନେଗେଟିଭ ଆସିଛି । ନେଗେଟିଭ ଆସିଥିବା ୭ ଜଣଙ୍କୁ ଛାଡି ଦିଆଯାଇଥିବା ବେଳେ ୩୬ ଜଣଙ୍କୁ ହୋମ ସର୍ଭିଲାନ୍ସରେ ରଖାଯାଇଛି । ଅନ୍ୟପଟେ ଆଜି ପାରାଦୀପରେ ଏକ ଚୀନ ଜାହାଜକୁ ପୋର୍ଟ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଛି । କିନ୍ତୁ ଜାହାଜରେ ଥିବା ୨୫ଜଣଙ୍କର ପରୀକ୍ଷା କରାଯିବା ପରେ ଛଡାଯାଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/coronavirus2-1.jpg)