ମୃତ୍ୟୁର ୮୦ ବର୍ଷ ପରେ ବି ଜୀବିତ ରହିଛନ୍ତି ଏହି ବୌଧ ଭିକ୍ଷୁ ! ମୃତ ଶରୀର ଦେଖି ବୈଜ୍ଞାନିକ ବି ହୋଇଗଲେ ଆଶ୍ଚର୍ଯ୍ୟ ।

49

ମସ୍କୋର ବୁରତିୟାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରି ଦେଇଛି । ୧୯୨୭ରେ ଏଠାରେ ଏକ ବୌଦ୍ଧ ଭକ୍ଷୁଙ୍କର ମୃତ୍ୟୁ ହୋଇଯାଥିଲା । କିନ୍ତୁ ମୃତ୍ୟୁ ପ୍ରାପ୍ତ ହେବା ପୂର୍ବରୁ ଦାଶୀ ଦୋରଜୋ ଇତିଯୋଲବ ନାମକ ଏହି ଭିକ୍ଷୁ ତାଙ୍କ ସମର୍ଥକଙ୍କ ପାଇଁ ଏକ ପତ୍ର ଲେଖି ଛାଡିଯାଇଥିଲେ । ବୌଦ୍ଧ ଭିକ୍ଷୁ ଛାଡିଯାଇଥିବା ପତ୍ରରେ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ କବରରୁ ବାହାର କରିବାର ତାରିଖ ଲେଖା ରହିଥିଲା । ଭିକ୍ଷୁ ପତ୍ରରେ ଲେଖିଥିଲେ ୧୯୫୫ରେ ତାଙ୍କ ମୃତ ଶରୀରକୁ କବରରୁ ବାହାରକୁ ବାହାର କରାଯିବ । ବର୍ଷ ପରେ ବର୍ଷ ବିତି ଯାଇଥିଲା । ଭିକ୍ଷୁଙ୍କ ସମର୍ଥକ ମାନେ ପତ୍ରରେ ଲେଖାଥିବା କଥାକୁ ଭୁଲିନଥିଲେ । ଠିକ ୫୫ ବର୍ଷ ପରେ ଅର୍ଥାତ ୧୯୫୫ ମସିହାରେ ଭିକ୍ଷୁଙ୍କ ମୃତ ଶରୀରକୁ କବରରୁ ବାହାର କରାଯାଇଥିଲା । ଆଉ ତା’ପରେ ଭିକ୍ଷୁଙ୍କ ସମର୍ଥକମାନେ ଯାହା ଦେଖିଥିଲେ ତାହା ସମ୍ପୁର୍ଣ୍ଣ ଅବିଶ୍ୱସନୀୟ ଥିଲା ।

ମୃତ୍ୟୁର ୫୫ ବର୍ଷ ପରେ ବି ଭିକ୍ଷୁଙ୍କ ମୃତ ଶରୀର ଏକଦମ ଠିକ ଥିଲା । ସାଧାରଣତଃ ଯଦି ଦେଖାଯାଏ ତେବେ ୫୫ ବର୍ଷ ଗୋଟେ ମୃତ ଶରୀର କବରରେ ରହିବା ପରେ ତାର ଅବଶେଷ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯିବା କଥା କିନ୍ତୁ ଏଠାରେ ଭିକ୍ଷୁଙ୍କ ମୃତ ଶରୀର ଟିକେ ବି ନଷ୍ଟ ହୋଇନଥିଲା । କେବଳ ସେତିକି ନୁହେଁ ୧୯୫୫ ମସିହା ପରେ ଭିକ୍ଷୁଙ୍କ ଶବକୁ ୧୯୭୩ ଏବଂ ୨୦୦୨ରେ ପୂନର୍ବାର ବାହାର କରାଯାଇଥିଲା । ତେବେ ଏନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୮୦ ବର୍ଷ ପରେ ବି ମୃତ ଶରୀର ସମ୍ପୁର୍ଣ୍ଣ ଭାବେ ଠିକ ରହିଛି ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ବୋଧ ହୁଏ ଭିକ୍ଷୁଙ୍କ ଶରୀରକୁ କିଛି କେମିକାଲ କିମ୍ବା ଅନ୍ୟ କୌଣସି ଦ୍ରବ୍ୟର ଲେପ କରାଯାଇ ରଖାଯାଇଛି । ଯାହା ଫଳରେ ୮୦ ବର୍ଷ ପରେ ବି ମୃତ ଶରୀର ସମ୍ପୁର୍ଣ୍ଣ ଭାବେ ଠିକ ରହିଛି । ଠିକ ସେହିଭଳି ଭିକ୍ଷୁଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ତାଙ୍କ ଶରୀରକୁ ସାଧାରଣ ଭାବେ କବରରେ ପୋତା ଯାଇଥିଲା । ପୋତିବା ସମୟରେ କୌଣସି ପ୍ରକାର କେମିକାଲ ଦ୍ରବ୍ୟର ବ୍ୟବହାର କରାଯାଇନଥିଲା ।