ପଇସା ପାଇଁ କଣ ପଶୁ ପାଲଟିବ ? ସବୁସୀମା ଟପିଗଲା ଅମାନବିକତା, ବିଲ୍ ଦେଇପାରିଲେନି ବୋଲି ବୃଦ୍ଧଙ୍କୁ ହସ୍ପିଟାଲ ବେଡରେ ବାନ୍ଧିଦେଲେ ଡାକ୍ତର । କାନ୍ଦି କାନ୍ଦି କରୁଣ କାହାଣୀ କହିଲେ ଅସହାୟ ବୃଦ୍ଧ...

Advertisment
ପଇସା ପାଇଁ କଣ ପଶୁ ପାଲଟିବ ? ସବୁସୀମା ଟପିଗଲା ଅମାନବିକତା, ବିଲ୍ ଦେଇପାରିଲେନି ବୋଲି ବୃଦ୍ଧଙ୍କୁ ହସ୍ପିଟାଲ ବେଡରେ ବାନ୍ଧିଦେଲେ ଡାକ୍ତର । କାନ୍ଦି କାନ୍ଦି କରୁଣ କାହାଣୀ କହିଲେ ଅସହାୟ ବୃଦ୍ଧ...

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଏକ ଡାକ୍ତରଖାନାରେ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି । ଚିକିତ୍ସା ଖର୍ଚ ଦେଇ ନପାରିବାରୁ ଜଣେ ବୃଦ୍ଧଙ୍କୁ ଡାକ୍ତରଖାନାରେ ଶଯ୍ୟାରେ ବାନ୍ଧି ରଖିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବୃଦ୍ଧଙ୍କୁ ଡାକ୍ତରଖାନାର ଶଯ୍ୟାରେ ବାନ୍ଧି ରଖାଯାଇଥିବା ଫଟୋ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ତେବେ ଫଟୋଟି ଭାଇରାଲ ହେବା ପରେ ଭିନ୍ନ ମତ ରଖିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ବୃଦ୍ଧଙ୍କ ଶାରୀରିକ ସମସ୍ୟା ଥିଲା, ଯାହାଦ୍ୱାରା ସେ ନିଜକୁ ଆଘାତ ପହଞ୍ଚାଇବାର ଆଶଙ୍କା ଥିବାରୁ ଆମେ ତାଙ୍କ ହାତ ଓ ଗୋଡ ବାନ୍ଧି ରଖିଥିଲୁ । ଚିକିତ୍ସା ଖର୍ଚ ପାଇଁ ଆମେ ଏଭଳି କରି ନାହୁଁ ।

ତେବେ ଏହି ଫଟୋ ଭାଇରାଲ ହେବା ପରେ ଜିଲ୍ଲା ଡାକ୍ତରଖାନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହା ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ବିଷୟରେ ଧ୍ୟାନ ଦେଇ ଦୋଷୀ ସାବ୍ୟସ୍ତ ହେଲେ ଶାଜାପୁର ସ୍ଥିତ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଆମେ ୧୧,୦୦୦ ଟଙ୍କା ଦେବାରେ ବିଫଳ ହେବା ପରେ ଡାକ୍ତରଖାନା ପ୍ରଶାସନ ତାଙ୍କ ଗୋଡ ଓ ହାତକୁ ଶଯ୍ୟାରେ ବାନ୍ଧି ରଖିଥିଲା। ବୃଦ୍ଧଙ୍କ ଝିଅ କହିଛନ୍ତି ଯେ, ଭର୍ତ୍ତି ହେବା ସମୟରେ ଆମେ ୫୦୦୦ ଟଙ୍କା ବିଲ୍ ଜମା କରିଥିଲୁ, କିନ୍ତୁ ଚିକିତ୍ସା ସମୟ କିଛି ଦିନ ବଢିବା ପରେ ଆମ ପାଖରେ ବିଲ୍ ପୈଠ କରିବାକୁ ଟଙ୍କା ନଥିଲା।

ଅନ୍ୟପକ୍ଷରେ ଡାକ୍ତରଖାନା କହିଛି ଯେ, ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ସେ ନିଜକୁ ଆଘାତ ପହଞ୍ଚାଇବାର ଆଶଙ୍କା ଥିବାରୁ ଆମେ ତାଙ୍କ ହାତ ଓ ଗୋଡ ବାନ୍ଧି ରଖିଥିଲୁ । ଏହା ସହ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଜାଣିବା ପରେ ମାନବିକତା ଦୃଷ୍ଟିରୁ ସେମାନଙ୍କ ବିଲ୍ ମଧ୍ୟ ଛାଡ଼ କରିଥିଲୁ । ତେବେ ଦୁଇ ପକ୍ଷର କଥା ଭିନ୍ନ ଥିବାରୁ ଏବେ ଏ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe