୮୦ ସ୍କୁଲ ପିଲାଙ୍କୁ ଅପହରଣ କଲେ ଆତଙ୍କବାଦୀ ! ସେପଟେ ଅପହୃତ ପିଲାଙ୍କ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

Advertisment
୮୦ ସ୍କୁଲ ପିଲାଙ୍କୁ ଅପହରଣ କଲେ ଆତଙ୍କବାଦୀ ! ସେପଟେ ଅପହୃତ ପିଲାଙ୍କ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

କନକ ବ୍ୟୁରୋ : ପଶ୍ଚିମ କ୍ୟାମେରୁନର ବାମେଣ୍ଡା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାକାର ଏକ ଆବାସିକ ବିଦ୍ୟାଳୟରୁ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣ କରି ନିଆଯାଇଛି। ଅପହରଣ କାରୀମାନେ ସ୍କୁଲର ଅଧ୍ୟକ୍ଷଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ତେବେ ଏଥିପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ଏବେ ସୁଦ୍ଧା ଅପହୃତଙ୍କର କୌଣସି ଖୋଜଖବର ମିଳିନାହିଁ। ପିଲାମାନଙ୍କୁ ଅପହରଣକାରୀ ଜଙ୍ଗଲ ଆଡ଼କୁ ନେଇଯାଇଥିବା ଅନୁମାନ କରାଯାଉଛି। କ୍ୟାମେରୁନର ସେନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅପହରଣକାରୀ ବନ୍ଧୁକରେ ପିଲାମାନଙ୍କୁ ଭୟଭୀତ କରାଇ ନେଇଯାଇଥିବା ଅନୁମାନ କରାଯାଉଛି। ତେବେ ବିଚ୍ଛିନ୍ନତାବାଦୀ କିମ୍ବା ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି କୁହାଯାଉଛି। ସେନା ଦର୍ଶାଇଛି ଯେ ବିଚ୍ଛିନ୍ନତାବାଦୀମାନେ ରାଷ୍ଟ୍ରପତି ପଲଙ୍କ ସରକାରଙ୍କୁ ବିରୋଧ କରିଆସୁଥିଲେ।

publive-imageଏହାକୁ ନେଇ ସେମାନେ କିଛିଦିନ ହେଲା ବାମେଣ୍ଡାରେ କର୍ଫ୍ୟୁ ଲାଗୁ କରିବା ସହିତ ସ୍କୁଲ୍, କଲେଜ ଆଦି ବନ୍ଦ କରିଦେଇଥିଲେ। ସେପଟେ ଅପହୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଅପହରଣକାରୀମାନେ ୬ ଛାତ୍ରଙ୍କୁ ସେମାନଙ୍କ ନାମ ଏବଂ ସେମାନଙ୍କ ବାପା ମା’ଙ୍କ ନାମ କହିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। ଅପହରଣକାରୀ କହିଛନ୍ତି ଯେ ସେମାନଙ୍କ ଦାବି ପୂରଣ ହେବା ପରେ ସେମାନେ ପିଲାମାନଙ୍କୁ ଛାଡ଼ିବେ। କିନ୍ତୁ ସେମାନଙ୍କ ଦାବି କ’ଣ ତାହା ସେମାନେ ଭିଡିଓରେ ପ୍ରକାଶ କରିନାହାନ୍ତି। ଅପହୃତ ହୋଇଥିବା ୮୧ ଜଣଙ୍କ ମଧ୍ୟରେ ୭୯ ଛାତ୍ରଛାତ୍ରୀ ରହିଥିବା ବେଳେ ସ୍କୁଲର ଅଧ୍ୟକ୍ଷ, ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ ୨୦୧୭ରୁ ଜାରି ରହିଥିବା ବେଳେ ନିୟମିତ ଭାବେ ଛୋଟବଡ଼ ହିଂସାକାଣ୍ଡ ଘଟୁଛି। ଫଳରେ ଅଧିକାଂଶ ଲୋକ ବାମେଣ୍ଡାରୁ ଅନ୍ୟତ୍ର ପଳାୟନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe