କନକ ବ୍ୟୁରୋ : ଟ୍ରକରେ ଲଦାଲଦି ହୋଇ ଆନ୍ଧ୍ର ପ୍ରଦେଶରୁ ନରସିଂହପୁର ରେଗେଡ଼ା ଅଞ୍ଚଳକୁ ଆସୁଥିଲେ ୮୦ ପ୍ରବାସୀ । ଘରେ ପହଞ୍ଚିବା ପୂର୍ବରୁ ଏମାନଙ୍କ ଉପରେ ପଡ଼ିଥିଲା ପ୍ରଶାସନର ନଜର । ଆଉ ପ୍ରବାସୀଙ୍କ କିଛି କଥା ନଶୁଣି ସେମାନଙ୍କୁ ଗାଈଗୋରୁଙ୍କୁ ନେବା ଭଳି ଗୋଟିଏ ଟ୍ରକରେ ପୁରାଇ ବାଧ୍ୟତାମୂଳକ ସଂଗରୋଧରେ ଭର୍ତି କରିଛି ପ୍ରଶାସନ । ପ୍ରଶାସନର ଏଭଳି ବ୍ୟବହାର ପ୍ରବାସୀମାନଙ୍କୁ ବ୍ୟଥିତ କରିଛି । ରାଜ୍ୟରେ କରୋନା ବଢ଼ୁଥିବା ବେଳେ ପ୍ରବାସୀଙ୍କ ଏଭଳି ଅବସ୍ଥାରେ ପ୍ରଶାସନ ନେବା କେତେ ଠିକ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ କଟକଣା ଲାଗୁଛି । କେବେ ଯେ ଦେଶ ସଟଡାଉନ୍ ନହେବ ତା କହିହେବନି । ଏହାକୁ ଦୃଷ୍ଟିରେ ରଖି ବାହାରକୁ ଦାଦନ ଖଟିବାକୁ ଯାଇଥିବା ଲୋକେ ଗଳା ବାଟ ଦେଇ ଯିଏ ଯୋଉଥିରେ ପାଇଲା ସେଥିରେ ବସି ଘରକୁ ଫେରି ଆସୁଛନ୍ତି । ଠିକ୍ ସେହିପରି ଆନ୍ଧ୍ରପ୍ରଦେଶରୁ ଟ୍ରକରେ ଲଦାଲଦି ହୋଇ ଘରକୁ ଫେରୁଥିଲେ ପ୍ରବାସି । ବାଟରେ ପ୍ରଶାସନର ନଜକୁ ଆସିବା ପରେ ସେମାନଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ଭର୍ତ୍ତି କରିଛି ପ୍ରଶାସନ