ଆମିର ଖାନଙ୍କ ପତ୍ନୀ କିରଣ ରାଓଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ୮୦ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଥିନେଇ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହେବାସହ, ପୁଲିସ ଏ ଘଟଣାର ତଦନ୍ତ ଜାରି ରଖିଛି । କିରଣ ରାଓଙ୍କର ଜଣେ ସଂପର୍କୀୟ ଏ ବିଷୟରେ ଏଫଆୟାର ଦେଇଛନ୍ତି । ଏନେଇ ଏକ ରିପୋର୍ଟ "ଅମର ଉଜାଲା'ରେ ପ୍ରକାଶିତ ହୋଇଛି।
ଘଟଣାରୁ ଜଣାପଡିଛି ଉକ୍ତ ଘରକୁ କିରଣ କେବେ କେବେ ଯା ଆସ କରିନ୍ତି । ସେ ଏବେ ଆମିର ଖାନଙ୍କ ସହ କାର୍ଟ ରୋଡ ପାଖ ଏକ ଆପାର୍ଟମେଂଟରେ ରହୁଛନ୍ତି । ଉକ୍ତ ଘରୁ ଗତ ସପ୍ତାହରେ କିରଣ ତାଙ୍କ ହୀରାର ମୁଦି ଓ ହାର ନପାଇବା ପରେ ଏପରି ଅଭିଯୋଗ କରିଛନ୍ତି କିରଣ । କିରଣଙ୍କ ଘର ଦେଖଶୁଣା କରିବା ପାଇଁ ତିନି ଜଣ ଲୋକ ନିଯୁକ୍ତ ହୋଇଥିଲେ ।
ଏଇ ତିନି ଜଣଙ୍କ ମଧ୍ୟରୁ କେହି ଚୋରି କରିଥିବାର ସନ୍ଦେହ କରୁଛି ପୁଲିସ । ତିନି ଜଣଙ୍କୁ ଅଲଗା ଅଲଗା ପଚରା ଉଚରା ମଧ୍ୟ କରୁଛି ପୁଲିସ । ଏପର୍ଯ୍ୟନ୍ତ ତିନି ଜଣଙ୍କ ବିରୋଧରେ କୈାଣସି ପ୍ରମାଣ ମିଳି ନାହିଁ । ଏ ବିଷୟରେ କିରଣ ରାଓ କିମ୍ବା ପୁଲିସ ପକ୍ଷରୁ କୈାଣସି ବୟାନ ମିଳି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Aamir-Kiran-Rao-1.jpg)