ଅନଲାଇନ୍ ପାଠପଢାର ବିକଳ ଚିତ୍ର : ୟୁନିସେଫର ରିପୋର୍ଟ, ପାଠ ଶିଖିନାହାନ୍ତି ୮୦% ପିଲା

ଅନଲାଇନରେ ପାଠ ଶିଖନାହାନ୍ତି ୮୦ପ୍ରତିଶତ ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀ 

70

କନକ ବ୍ୟୁରୋ : କରୋନା ସମୟରେ ବନ୍ଦ ରହିଛି ସ୍କୁଲ ପାଠ ପଢା । ଅନଲାଇନରେ ପାଠ ପଢା ଚାଲିଛି । ତେବେ ଅନଲାଇନ ପାଠ ପଢା ସମୟରେ କେତେ ଶିଖିଛନ୍ତି ପିଲା ? ୟୁନିସେଫ୍ ସର୍ଭେ ରିପୋର୍ଟ ଅନୁସାରେ ଅନଲାଇନ ଶିକ୍ଷା ଦାନରେ ପାଠ ଶିଖିନାହାନ୍ତି ୧୪ରୁ ୧୮ ବର୍ଷ ମଧ୍ୟରେ ୮୦ ପ୍ରତିଶତ ପିଲା । ସେହିପରି ସେହିପରି ୮ ପ୍ରତିଶତ ପିଲା ଭବିଷ୍ୟତରେ ସ୍କୁଲ ଯିବା ପାଇଁ ଅରାଜି ଅଛନ୍ତି ।

ସର୍ଭେ ଅନୁଯାୟୀ, ସ୍ମାର୍ଟ ଫୋନ୍‌ ଅଭାବ, ନେଟୱାର୍କ ସମସ୍ୟା ଯୋଗୁଁ ସହରର ୧୯ ପ୍ରତିଶତ ମଧ୍ୟ ପାଠରୁ ବଞ୍ଚିତ ହୋଇଛନ୍ତି । ସର୍ଭେରୁ ଏ କଥା ମଧ୍ୟ ଜଣାପଡ଼ିଛି ଯେ ୪୮ ପ୍ରତିଶତ ଗାଁ ପିଲା ଶବ୍ଦ ମଧ୍ୟ ଧରି ପାରୁନାହାନ୍ତି । ୬୫ ଅଭିଭାବଙ୍କ ଅନୁଭବ ହେଉଛି ଯେ ଲକ୍‌ଡାଉନ୍‌ ପରଠାରୁ ତାଙ୍କ ପୁଅଝିଅଙ୍କ ପଢିବା ଏବଂ ଲେଖିବା ଦକ୍ଷତା ହ୍ରାସ ପାଇଛି। ଅନ୍‌ଲାଇନ୍‌ ପାଠରେ ଅନୁସୂଚିତ ଜାତି, ଜନଜାତିଙ୍କ ଅବସ୍ଥା ସର୍ବାଧିକ ଶୋଚନୀୟ ହୋଇଛି । ଏହି ବର୍ଗର କେବଳ ୪ ପ୍ରତିଶତ ବିଦ୍ୟାର୍ଥୀ ହିଁ ନିୟମିତ ପଢି ପାରୁଛନ୍ତି। ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୧୫ ପ୍ରତିଶତ ।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକରେ କରାଯାଇଥିବା ଏହି ସର୍ଭେରେ ୧୦୦ ଜଣ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଥିଲେ। ସରକାରୀ ସ୍କୁଲ ଯାଉଥିବା ବସ୍ତି ଏବଂ ଗାଁ ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି। ଅନ୍‌ଲାଇନ୍‌ ଶିକ୍ଷାକୁ ଡିଜିଟାଲାଇସେନ୍‌ ଦୁଇ ଭାଗ କରିଛି । ଗାଁର ୫୧ ପ୍ରତିଶତ ଘରେ ହିଁ ସ୍ମାର୍ଟଫୋନ ରହିଛି । ସହରର ୩୧ ପ୍ରତିଶତ, ଗ୍ରାମାଞ୍ଚଳର ୧୫ ପ୍ରତିଶତ ପିଲା ନିୟମିତ ନିୟମିତ ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ୧୨ ପ୍ରତିଶତ ପିଲାଙ୍କ ନିଜର ସ୍ମାର୍ଟଫୋନ ରହିଛି। ଅନ୍ୟମାନେ ନିଜର କର୍ମଜୀବୀ ଅଭିଭାବକଙ୍କ ଫୋନ ବ୍ୟବହାର କରନ୍ତି । ନେଟଓ୍ବାର୍କ, ଡାଟା ଏବଂ ଆର୍ଥିକ ଦୁରବସ୍ଥା ସହିତ ସେମାନଙ୍କୁ ସାମ୍ନା କରିବାକୁ ପଡ଼େ। ସହରର ୫୭ ପ୍ରତିଶତ, ଗାଁର ୬୫ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ରେ ନେଟଓ୍ବାର୍କ ସମସ୍ୟାର ସାମ୍ନା କରିବାକୁ ପଡ଼େ ।

ସହରର ୪୬ ପ୍ରତିଶତ ଏବଂ ଗାଁର ୪୩ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ରେ ପାଠ୍ୟ ସାମଗ୍ରୀ ଖୋଜିବା କଷ୍ଟକର ହେଉଥିବା ସେମାନେ କହିଛନ୍ତି । ଏଥିଯୋଗୁଁ ସହରର ୯୦ ପ୍ରତିଶତ ଏବଂ ଗାଁର ୯୭ ପ୍ରତିଶତ ପୁଣି ଥରେ ସ୍କୁଲ ଖୋଲାଯାଉ ବୋଲି ମତ ଦିଅନ୍ତି। ଘରେ ରହି ସେମାନଙ୍କ ପିଲାଙ୍କ ସ୍ତରକୁ ତଳକୁ ଖସିଥିବା ଅନେକ ମନେ କରନ୍ତି । ଅନେକଙ୍କ ପାଇଁ ସ୍କୁଲ ଶିକ୍ଷା ହିଁ ଏକମାତ୍ର ଆଶା । ଅନ୍‌ଲାଇନ୍‌ରେ ପଢିପାରୁଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ବହୁତ କମ୍‌ ଅଫ୍‌ଲାଇନ୍‌ରେ ପାଠ ପଢୁଥିବା ଦେଖାଯାଉଛି । ସମୁଦାୟ ସ୍ଥିତି ଯୋଗୁଁ ସାକ୍ଷରତା ହାର ହ୍ରାସ ପାଇଥିବା ସର୍ଭେରୁ ଜଣାପଡ଼ିଛି । ଲେଖା, ପଢାରେ ସାମୂହିକ ଭାବରେ ସମସ୍ତଙ୍କ ସ୍ତର ହ୍ରାସ ପାଇଥିଲେ ବି ଲକ୍‌ଡାଉନ୍‌ ପୂର୍ବ ଅପେକ୍ଷା ଅନେକ ସଂଖ୍ୟାରେ ପିଲା ଉଚ୍ଚ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।