ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ : ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ମୁହଁରେ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ

154

କନକ ବ୍ୟୁରୋ : ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ । ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ରଥଙ୍କ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ । ପ୍ରତ୍ୟୁଷ ଚେନ୍ନାଇର ଏକ ସିବିଏସଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ଓଡ଼ିଶାରୁ ଆରମ୍ଭ କରି ବିଶ୍ୱର ଏମିତି କୌଣସି ଜାଗା ନାହିଁ ଯେଉଁଟା ସେ ଜାଣି ନାହାନ୍ତି । ଲେଖା ନଥିବା ମ୍ୟାପରେ ଯେ କୌଣସି ସ୍ଥାନକୁ ଦେଖାଇଲେ ବିନା ଦ୍ୱନ୍ଦରେ ସେ ସେହି ଦେଶର ନାଁ କହି ଦେଉଛନ୍ତି ।

ଆଉ ଏସବୁ ସେ ଲକଡ଼ାଉନ ସମୟରେ ଘରେ ରହି ଟିଭି ଦେଖି ଶିଖିଛନ୍ତି । ପ୍ରତ୍ୟୁଷଙ୍କର ଭୁବନେଶ୍ୱର ହୋଇଥିଲେ ମଧ୍ୟ ତାଙ୍କ ବାପା ଚେନ୍ନାଇର ଏକ ସଫ୍ଟୱେୟର କମ୍ପାନୀର ଇଂଜିନିୟର ହୋଇଥିବାରୁ ସପରିବାର ସେଠାରେ ରୁହନ୍ତି । ତାଲା ବନ୍ଦ ପୂର୍ବରୁ ଓଡ଼ିଶା ଆସିଥିଲେ ପ୍ରତ୍ୟୁଷ । ତାଲା ବନ୍ଦ ହୋଇଯିବାରୁ ଚେନ୍ନାଇ ଯାଇ ପାରିନଥିଲେ । ଘରେ ରହି ଟିଭି ଦେଖି ଏସବୁ ଶିଖିଥିବା କହିଛନ୍ତି ପ୍ରତ୍ୟୁଷଙ୍କ ବାପା, ମା । ଏତେ କମ୍ ବୟସରେ ଏତେ ଜ୍ଞାନର ଆହରଣ କରି ପାଲଟିଛନ୍ତି ବିସ୍ମୟ ବାଳକ ।