ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟୁଥିବା ଘଟଣା ଶେଷ ହେବାର ନାଆଁ ନେଉ ନାହିଁ। ଯେମିତି ଲାଗୁଛି ଅପରାଧୀମାନଙ୍କ ମନରେ ପୁଲିସ ବା ସରକାରଙ୍କୁ ଡର ନାହିଁ। ନିକଟରେ ମଧ୍ୟପ୍ରଦେଶର ସିଙ୍ଗରୌଲାଠାରେ ଦୁଇ ଜଣ ନାବାଳକ ଜଣେ ୮ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି ।
ନାବାଳିକା ଜଣକ ମଙ୍ଗଳବାର ଗାଆଁର ଏକ ପୋଖରୀରେ ଗାଧୋଉଥିଲେ। ସେତେବେଳେ ୧୫ ବର୍ଷର ଏକ ନାବାଳକ ଓ ୧୬ ବର୍ଷର ଏକ ନାବାଳକ ପୀଡ଼ିତାଙ୍କୁ ସେଠାରୁ ଉଠାଇ ଏକ ଶୂନଶାନ ଜାଗାକୁ ନେଇଥିଲେ। ସେଠାରେ ଦୁହେଁ ପୀଡ଼ିତା ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଘରକୁ ଫେରିବା ବେଳେ ତାଙ୍କ ଶରୀର ରକ୍ତାକ୍ତ ହୋଇଥିଲା ,କିନ୍ତୁ ସେ କିଛି କହିପାରୁନଥିଲା । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୀଡିତାଙ୍କ ବୟାନ୍ ନେଇ ପୋଲିସ୍ ଦୁଇ ନାବାଳକଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/minor-rape.jpg)
/kanak/media/post_attachments/wp-content/uploads/2019/06/rape_minor_india_kathua_1524294698-300x140.jpg)