ଖେଳୁଥିବା ବେଳେ ଫାଟିଲା ପୁରୁଣା ମୋବାଇଲ ବ୍ୟାଟେରୀ ! ୮ ବର୍ଷର ଶିଶୁ ହରାଇଲା ଚାରୋଟି ଆଙ୍ଗୁଠି ।

Advertisment
ଖେଳୁଥିବା ବେଳେ ଫାଟିଲା ପୁରୁଣା ମୋବାଇଲ ବ୍ୟାଟେରୀ ! ୮ ବର୍ଷର ଶିଶୁ ହରାଇଲା ଚାରୋଟି ଆଙ୍ଗୁଠି ।

କନକ ବ୍ୟୁରୋ : କେତେ ସାଙ୍ଘାତିକ ହୋଇପାରେ ମୋବାଇଲ ବ୍ୟାଟେରୀ । ତାହା କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଯଦି ଆପଣ ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଦେଉଥାନ୍ତି ତେବେ ସାବଧାନ । କାରଣ ମୋବାଇଲ ବ୍ୟାଟେରୀ ଖେଳିବା ଜଣେ ୮ ବର୍ଷର ଶିଶୁ ପାଇଁ କାଳ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଶନିବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଲିସୁଗା ଗାଁର ୮ ବର୍ଷର ଶିଶୁ ଦଲସା ମଲ୍ଲିକଙ୍କ ପୁଅ ସଞ୍ଜୟ ମଲ୍ଲିକ ଆଜି ଅପରାହ୍ନ ୩ଟାରେ ଘରେ ପଡ଼ିଥିବା ମୋବାଇଲ ବ୍ୟାଟେରୀ ଖେଳୁଥିଲା। ପୋଡ଼ା ବ୍ୟାଟେରୀ ବିସ୍ଫୋରଣ ହେବାରୁ ୪ର୍ଥ ଶ୍ରେଣୀ ଛାତ୍ର ସଞ୍ଜୟ ଗୁରୁତର ଆହତ ହୋଇଛି ।

ଗୁରୁତର ଆହତ ସଞ୍ଜୟ ୪ଟି ଆଙ୍ଗୁଠି ହରାଇବା ପରେ ଫୁଲବାଣୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଞ୍ଜୟର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲ ଡାକ୍ତର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ମୋବାଇଲ ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ପୂର୍ବରୁ ମଧ୍ୟ ଦୁର୍ଘଟଣା ଘଟିଛି। କିଛି ମାସ ତଳେ ଝାରସୁଗଡ଼ା ଜିଲ୍ଲାରେ ଜଣେ ଯୁବତୀ ମୋବାଇଲରେ ଗୀତ ଶୁଣୁଥିବା ବେଳେ ମଧ୍ୟ ମୋବାଇଲ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ଘଟଣା ଦିନ ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ। ବାରମ୍ବାର ମୋବାଇଲ ଫାଟିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ମଧ୍ୟ ଲୋକମାନେ ଏନେଇ କୌଣସି ସତର୍କତା ଅବଲମ୍ବନ କରୁନାହାଁନ୍ତି । ଯାହାଫଳରେ ଏପରି ଦୁର୍ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe