ଗାନ୍ଧୀଜୀଙ୍କ ଜୀବନର ୮ ଟି ମୂଲ୍ୟବାନ କଥା , କ’ଣ ଜାଣିଛନ୍ତି କି ?

70

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଷୟରେ ବହୁତ କିଛି ଜାଣିଥିଲେ ମଧ୍ୟ କିଛି ନା କିଛି ଖାସ୍ କଥା ଜାଣିବାକୁ ବାକି ରହିଯାଇଥାଏ । ଆମେ ଗାନ୍ଧୀଜୀଙ୍କ ଜୀବନର ଏଭଳି ୮ ଟି ଖାସ୍ କଥା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ,ଯାହା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ।

୧. ୧୮୯୯ ମସିହାରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଗାନ୍ଧୀଜୀ ଯୁଦ୍ଧରେ ସ୍ୱେଚ୍ଛାସେବୀ ଭାବେ ବିପଦଗ୍ରସ୍ଥଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ସେଠାରେ ସେ ଯୁଦ୍ଧର ବିଭୀଷିକାକୁ ଦେଖି ଅହିଂସା ମାର୍ଗରେ ଚାଲିଥିଲେ ।

୨. ଗାନ୍ଧୀଜୀଙ୍କ ସିଭିଲ୍ ରାଇଟସ୍ ଆନ୍ଦୋଳନ ୪ ଟି ମହାଦ୍ୱୀପ ଏବଂ ୧୨ ଟି ଦେଶ ଭିତରେ ଚାଲିଥିଲା ।

୩. ଦୁନିଆରେ ମହାତ୍ମା ଗାନ୍ଧୀଙ୍କ ଆଦରକୁ କିଛି ଏଭଳି ଭାବେ ଆପଣ ବୁଝିପାରିବେ,ଭାରତକୁ ସ୍ୱାଧୀନତା ଦେବା ପାଇଁ ଗାନ୍ଧୀ ଯେଉଁ ଦେଶ ସହ ଲଢେଇ କରିବାକୁ ଆଗେଇ ଆସିଥଲେ ସେହି ଦେଶରେ ତାଙ୍କ ପ୍ରତିବିମ୍ବକୁ ଡାକ ଟିକଟ ଭାବେ ବ୍ୟବହାର କରାଗଲା । ହଁ ଆଜ୍ଞା,ଗାନ୍ଧୀଙ୍କ ନିଧନର ୨୧ ବର୍ଷ ପରେ ତାଙ୍କ ନାମ ଅନୁସାରେ ବ୍ରିଟେନରେ ଡାକ ଟିକଟ ଜାରୀ କରାଯାଇଥିଲା ।

୪. ଭାରତରେ ଛୋଟମୋଟ ରାସ୍ତାକୁ ଛାଡିଦେଲେ ମୋଟ ୫୩ ଟି ରାଜପଥ ଏବଂ ବିଦେଶରେ ୪୮ ସଡକ ମହାତ୍ମା ଗାନ୍ଧୀଙ୍କ ନାଁରେ ନାମିତ ହୋଇଛି ।

୫. ସେ ଦକ୍ଷିଣ ଆଫ୍ରିକାର ଡର୍ବନ,ପ୍ରିଟୋରିୟା ଏବଂ ଜୋହାଁସବର୍ଗ ମୋଟ ତିନୋଟି ଫୁଟବଲ୍ କ୍ଲବ୍ ସ୍ଥାପନାରେ ସାହାର୍ଯ୍ୟ କରିଥିଲେ ।

୬. ମହାତ୍ମା ଗାନ୍ଧୀଙ୍କ ଶବଯାତ୍ରା ୮ କିଲୋମିଟର ଲମ୍ବା ଥିଲା ।

୭. ୧୩ ବର୍ଷ ବୟସରେ ଗାନ୍ଧୀଜୀଙ୍କ ବିବାହ ତାଙ୍କ ଠାରୁ ଏକବର୍ଷ ବଡ କସ୍ତୁରବା ଗାନ୍ଧିଙ୍କ ସହ ହୋଇଥିଲା । ବିବାହ ସମ୍ବନ୍ଧୀୟ କାର୍ଯ୍ୟ ଏବଂ ପ୍ରଥା ଶେଷ ହେବା ପାଇଁ ଏକବର୍ଷ ସମୟ ଲାଗିଥିଲା,ଯେଉଁ କାରଣରୁ ସେ ବର୍ଷେ ସ୍କୁଲ ଯାଇପାରିନଥିଲେ ।

୮. ଏହି କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ନିଶ୍ଚିତ ହେବେ ଏହାର କାରଣ ହେଉଛି ଶାନ୍ତିର ସମ୍ମାନ ତଥା ନୋବେଲ୍ ପୁରଷ୍କାର ଏ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କୁ ମିଳିନାହିଁ । କିନ୍ତୁ ଏହି ପୁରଷ୍କାର ପାଇଁ ତାଙ୍କୁ ୫ ଥର ନୋମିନେଟ୍ କରାଗଲାଣି ।