ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ । ଗୋଟିଏ ଦିନରେ ୮ ଆତଙ୍କବାଦୀ ନିପାତ କଲା ସେନା, ଘଟଣା ସମୟର ଭିଡିଓ ଭାଇରାଲ

26

ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ । ଜମ୍ମୁ କଶ୍ମୀରରେ ଗୁରୁବାର ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୋଟିଏ ଦିନରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘାଟିର ରିଆସୀ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ୩ ଜଣ ଆତଙ୍କବାଦୀଙ୍କୁ ସେନାର ଯବାନମାନେ ନିହତ କରିଛନ୍ତି। ଏହି ଏନକାଉଣ୍ଟରରେ ନଗରୋଟା ପୁଲିସ ଉପାଧିକ୍ଷକ ସମେତ ୧୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏହା ପୂର୍ବରୁ ସୁରକ୍ଷାବାହିନୀର ଯବାନମାନେ ସୋପାରରେ ଆଜି ସକାଳୁ ୨ ଜଣ ଓ ନିୟନ୍ତ୍ରଣ ରେଖା ନିକଟରେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ।


ଜଣେ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଘେରାବନ୍ଦୀ ଓ ତଲାସି ଅଭିଯାନ ସମୟରେ ସୁରକ୍ଷାବାହିନୀ ରିଆସୀ ଜିଲ୍ଲାର କକରିଆଲ ଅଞ୍ଚଳରେ ଏକ ଘର ନିକଟକୁ ପହଞ୍ଚି ଯାଇଥିଲେ। ସେଠାରେ ସେମାନେ ଆତଙ୍କବାଦୀମାନଙ୍କୁ ଘେରାବନ୍ଦୀ କରିଥିଲେ। ସେ କହିଛନ୍ତି, ସିଆରପିଏଫ, ପୁଲିସ ଓ ସେନାର ଯବାନଙ୍କ ମିଳିତ ଅଭିଯାନ ବଳରେ ଏନକାଉଣ୍ଟର ହୋଇଥିଲା। ଅଧିକାରୀ କହିଛନ୍ତି ‘ଜୈଶ-ଏ-ମହମ୍ମଦ’ର ୩ ଜଣ ଆତଙ୍କବାଦୀଙ୍କ ସଂପର୍କରେ ତଥ୍ୟ ଜାଣିବା ପାଇଁ ବୁଧବାର ଠାରୁ ତଲାସି ଅଭିଯାନ ଜାରି ରହିଥିଲା। ନିହତ ହୋଇଥିବା ଆତଙ୍କବାଦୀଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହେବ।

ଏନକାଉଣ୍ଟର ସମ୍ବନ୍ଧୀତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କି କିଛି ଲୋକ ଫସି ଯାଇଥିବା ଦୃଶ୍ୟଗୋଚର ହେଉଛି। ସ୍ଥାନୀୟ ଲୋକେ ଭୂମିରେ ଶୋଇଛନ୍ତି। ଜଣେ ସାମ୍ବାଦିକ କ୍ୟାମେରା ସହିତ ମାଟିରେ ଶୋଇଥିବା ଦୃଶ୍ୟ ମଧ୍ୟ ଦେଖାଯାଇଛି।ତେବେ ସେନା ପକ୍ଷରୁ ହୋଇଥିବା ଏହି ଏନକାଉଣ୍ଟରେ ଆତଙ୍କବାଦୀ ସଙ୍ଗଠନକୁ ଜୈସ-ଏ-ମହମ୍ମଦକୁ ସବୁଠୁ ବଡ ଝଟକା ଲାଗିଛି । ଗୋଟିଏ ଦିନରେ ଏହି ସଙ୍ଗଠନର ୮ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ପ୍ରଥମେ ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ବେଳେ କେରନ ସେକ୍ଟରରେ ୩ ଓ ପରେ କକରିଆଲ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସେନା ।