କନକ ବ୍ୟୁରୋ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ୍ ବଟିକା । ଆଉ ଏହି ଆଇରନ୍ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ର ଛାତ୍ରୀ ଗୁରୁତର ହେଇପଡିଛନ୍ତି । କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଖବର । ବିଦ୍ୟାଳୟରେ ଗତକାଲି ଛାତ୍ରଛାତ୍ରୀମାନଙ୍କୁ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲାବେଳେ । ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ହେଲେ ହଠାତ୍ ସେମାନଙ୍କ ଭିତରୁ ୮ ଜଣଙ୍କୁ ବାନ୍ତି ହେବା ସହିତ ଜ୍ୱର ଆସିଥିଲା । ଏହାପରେ ସେହିଠାରେ ଛାତ୍ରଛାତ୍ରୀ ମାନେ ଗୁରୁତର ହୋଇ ପଡିଥିବାବେଳେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ସେମାନଙ୍କୁ ଭର୍ତି କରାଯାଇଛି । ହେଲେ ଚିକିତ୍ସା ପରେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବା କହିଛନ୍ତି ଡାକ୍ତର । ସେପଟେ ଏହି ୮ ଛାତ୍ରଛାତ୍ରୀଙ୍କୁ ଦୁଇ ଦିନ ଡାକ୍ତରଖାନାରେ ରହିଚିକିତ୍ସିତହେବେ ବୋଲି କହିଛନ୍ତି ଡାକ୍ତର । ଗୁରୁତର ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୭ ରୁ ୯ ବର୍ଷ ମଧ୍ୟରେ ହୋଇଥିବା ଜଣାଯାଇଛି ।