କନକ ବ୍ୟୁରୋ: ଦେଶରେ କୋଭିଡ-୧୯ ସଂକ୍ରମଣ ବଢି ଚାଲିଥିବା ବେଳେ ଦେଶର ୮ଟି ରାଜ୍ୟ ଏବେ ଚିନ୍ତା ବଢାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସର୍ବାଧିକ ୮୫ ଦଶମିକ ୫ପ୍ରତିଶତ ସଂକ୍ରମଣ ମାମଲା ୮ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଏବଂ ୮୭ପ୍ରତିଶତ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୭ତମ ମନ୍ତ୍ରୀସମୂହ ବୈଠକରେ ଏହି ସୂଚନା ଦିଆଯାଇଛି । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ଗୁଜରାଟ, ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୮୫ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି ।
ଏହି ରାଜ୍ୟ ଗୁଡିକରେ କରୋନା ମୁକାବିଲା ଦିଗରେ ସହଯୋଗ କରିବା ପାଇଁ କେନ୍ଦ୍ରୀୟ ଟିମ୍ ମୁତୟନ ହୋଇଛନ୍ତି । ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞ, ମହାମାରୀ ରୋଗ ବିଶେଷଜ୍ଞ, ବରିଷ୍ଠ ଯୁଗ୍ମ ସଚିବଙ୍କ ସମେତକେନ୍ଦ୍ର ୧୫ଟି ଟିମ ଏହି ୮ଟି ରାଜ୍ୟରେ ମୁତୟନ ହୋଇଛନ୍ତି । ସେହିପରି ଟେଷ୍ଟିଂ ବୃଦ୍ଧି କରାଯାଇଥିବା ଆଇସିଏମଆର ଡିଜି ଡାକ୍ତର ଭାର୍ଗବ ସୂଚନା ଦେଇଛନ୍ତି । ଗତ ୨୪ଘଂଟା ମଧ୍ୟରେ ଦେଶରେ ୨ଲକ୍ଷ ୫୦ହଜାର ନମୂନା ଟେଷ୍ଟ କରାଯାଇଛି । ଦେଶରେ ଏବେ ୧ହଜାର ୨୬ଟି ଟେଷ୍ଟିଂ ଲ୍ୟାବ ରହିଛି । ଏଥିମଧ୍ୟରୁ ୭୪୧ଟି ସରକାରୀ ଏବଂ ୨୮୫ଟି ଘରୋଇ ଲ୍ୟାବ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/PHOTO-2.jpg)