କନକ ବ୍ୟୁରୋ : ଭୟାବହ ଅଗ୍ନିକାଣ୍ଡରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ୮ ବଖରା ଘର ଜଳିଯାଇଛି । କୋରାପୁଟ ଜିଲ୍ଲା ଗୁଣୁପୁରର ଏକ ଅସ୍ଥାୟୀ କଲୋନୀରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଜଣେ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ୮ ବଖରା ଘର ପୋଡି ପାଉଁଶ ହୋଇଯିବା ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଯାଇଛି । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଏହି ଘଟଣା ବଳରାମନଗର ଟ୍ରେଜେରି ଅଫିସ ନିକଟରେ ଘଟିଛି । ଖବର ପାଇ ଦମକଳ ବାହୀନି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।

Advertisment