କନକ ବ୍ୟୁରୋ: ଇରାନରେ ଥମୁନି ହିଜାବ ନିଆଁ ।ବରଂ ତୀବ୍ର ହୋଇଛି ବିରୋଧ । ବଢିଚାଲିଛି ସରକାରଙ୍କ ଜୁଲମ୍ । ବୁଧବାର ଏହି ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରୁ ସୁରକ୍ଷାକର୍ମୀଙ୍କ ଦମନ ଲୀଳା ଦେଖିବାକୁ ମିଳିଛି। ହିଜାବ ନ ପିନ୍ଧି ପୁଲିସ୍ ଦ୍ୱାରା ଗିରଫ ପରେ ନିର୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ମାନବାଧିକାର ଉପରେ କାର୍ୟ୍ୟ କରୁଥିବା ଏନଜିଓ ଆମ୍ନେଷ୍ଟୀ ଇଣ୍ଟରନ୍ୟାଶନାଲ ଏପରି ତଥ୍ୟ ଦେଇଛି। ସଂସ୍ଥା କହିଛି ଯେ ଇରାନ ସୁରକ୍ଷାବଳ ବୁଧବାର ରାତିରୁ ତା’ର ଦମନଲୀଳା ଆରମ୍ଭ କରିଛି। ହିଜାବ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ୮ ଜଣଙ୍କ ଜୀବନ ଯାଇଛି। ସୁରକ୍ଷାକର୍ମୀଙ୍କ ଏପରି ପଦକ୍ଷେପକୁ ସଂସ୍ଥା ନିନ୍ଦା ମଧ୍ୟ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/5-40.jpg)