କନକ ବ୍ୟୁରୋ : ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩ଜଣ ମହିଳାଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ କରିନାହିଁ ।

Advertisment

ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣ ଏବେ ଭୟଙ୍କର ଥିଲା କି ବାଣ କାରଖାନା ନିକଟରେ ଥିବା ଏକ ହୋଟେଲ ଘର ଭାଙ୍ଗିଯାଇଛି । ଏହାସହ ପାଖରେ ଥିବା ଅନ୍ୟ ୪ଟି କୋଠାର ଆଶିଂକ କ୍ଷତି ହୋଇଛି । ପୋଲିସ କହିଛି କି ମୃତକଙ୍କ ବ୍ୟତୀତ ୧୨ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୃଷ୍ଣାଗିରି ପୋଲିସ ଅଧିକ୍ଷକ ସରୋଜ କୁମାର ଠାକୁର କହିଛନ୍ତିକି ପାଝାୟାପେଟ୍ଟଇ ଅଞ୍ଚଳରେ ରବି ନାମକ ଜଣେ ବ୍ୟକ୍ତିଙ୍କର ଏକ ବାଣ କାରଖାନା ରହିଛି । ଶନିବାର ସକାଳେ କୌଣସି କାରଣରୁ ଏହି ବାଣ କାରଖାନା ମଧ୍ୟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଅତିକମରେ ୮ଜଣ ଲୋକଙ୍କୁ ମୃତ ଘୋଷଣା କରାଯାଇଛି । ଏହାସହ ଅନ୍ୟ ଗୁରୁତରମାନଙ୍କର ଚିକିତ୍ସା ଚାଲିଛି ।