କରୋନାର କଷଣ, ଅକ୍ସିଜେନ ଅଭାବ ନେଲା ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଆକ୍ରାନ୍ତ ମୃତ । ସେପଟେ ଗୁଜୁରାଟର କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ

145

କନକ ବ୍ୟୁରୋ: ମହାମାରୀ ସଂକ୍ରମଣ ଭିତରେ ଅକ୍ସିଜେନ ଅଭାବ ଅଭିଶାପ ପାଲଟିଯାଇଛି । ଦେଶର ରାଜଧାନୀ ଦିଲ୍ଲୀ ତୁଗଲକବାଦ ଶିଳ୍ପାଂଚଳର ବାତ୍ରା ହସ୍ପିଟାଲରୁ ଆସିଛି ଛାତିକୁ ଥରେଇ ଦେଲା ଭଳି ଖବର । ଲିକ୍ୟୁଡ ମେଡିକାଲ ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତ ୮ ଜଣ ରୋଗୀଙ୍କ ଜୀବନ ଦୀପ ଲିଭିଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାତ୍ରା ହସ୍ପିଟାଲର ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ଆରକେ ହିମଥାନି । ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଲ ୭ଟାରେ ଆବଂଟିତ ହୋଇଥିବା ଅକ୍ସିଜେନ ନ ପହଂଚିବାରୁ ପ୍ରମାଦ ଗଣିଥିଲେ ହସ୍ପିଟାଲ କର୍ମଚାରୀ, ଆଉ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମସ୍ତେ ଉଦ୍ୟମ ସତ୍ୱେ ଦେଖୁ ଦେଖୁ ଚାଲିଗଲା ୮ ଅମୂଲ୍ୟ ଜୀବନ ।

ସେପଟେ ଗୁଜୁରାଟର ଭରୁଚରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ ।ୱେଲଫେୟାର କୋଭିଡ କେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ପରର ଏ ହେଉଛି ଚିତ୍ର । ପୋଡିଯାଇଛି ଚିକିତ୍ସା ଉପକରଣ, କଳା ପଡି ଯାଇଛି କାନ୍ଥ, ଚଟଣାରେ ଏଣେତେଣେ ପଡି ରହିଛି ଚପଲ, ଯୋତା । ଅଗ୍ନିକାଣ୍ଡରେ ୧୮କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ରାତି ୧୨ଟା ୩୫ ମିନିଟରେ ହସ୍ପିଟାଲର କୋଭିଡ ୱାର୍ଡରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଆଇସିୟୁ ୱାର୍ଡକୁ ମାଡିଯାଇଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ଧାଁ ଦୌଡା ପରିସ୍ଥିତି ଯୋଗୁଁ ସଂକଟାପନ୍ନ ରୋଗୀଙ୍କ ସହ ୧୮ ଆକ୍ରାନ୍ତ ଆଖି ବୁଜିଥିଲେ ।

େଓକ୍ୱଲ ଫେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ କୋଭିଡ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରି ଭରୁଚର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।