ଅକ୍ସିଜେନ ଅଭାବରୁ ମେଡିକାଲରେ ଚାଲିଗଲା ୮ କରୋନା ରୋଗୀଙ୍କ ଜୀବନ । ଭୟରେ ଫେରାର୍ ହୋଇଗଲେ ଡାକ୍ତର ଓ ନର୍ସ

371

କନକ ବ୍ୟୁରୋ : ଦିଲ୍ଲୀ ନିକଟବର୍ତ୍ତି ଗୁରୁଗ୍ରାମ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ୮ ଜଣ କରୋନା ରୋଗୀଙ୍କ ସନ୍ଦିଗ୍ଧ ମୃତ୍ୟୁର ରହସ୍ୟ ଖୋଲିଛି । ଏହି ଘଟଣାଟି ଗୁରୁଗ୍ରାମ ସହର ନିକଟ ସେକ୍ଟର ୫୬ ରେ ଥିବା ଏକ ହସ୍ପିଟାଲରେ ଘଟିଛି । ଏପ୍ରିଲ ୩୦ ତାରିଖ ଦିନ ରାତିରେ ଏଠାରେ ଅକ୍ସିଜେନ ସପ୍ଲାଏ ବନ୍ଦ ହୋଇଯିବା ଫଳରେ ୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା । ୮ ଜଣ ରୋଗୀଙ୍କର ମୃତ୍ୟୁପରେ ମେଡିକାଲରେ ନିୟୋଜିତ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ଫେରାର୍ ହୋଇଯାଇଥିଲେ । ହେଲେ ଏହାକୁ ନେଇ ମେଡିକାଲର କର୍ତ୍ତୁପକ୍ଷ କହିଥିଲେ କି ଏହା ସ୍ୱଭାବିକ୍ ମୃତ୍ୟୁ ହୋଇଛି, ଅର୍ଥାତ ଅକ୍ସିଜେନ ଅଭାବରୁ ମୃତ୍ୟୁକୁ ସେ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲେ ।

ହେଲେ ମେଡିକାଲ ନିକଟରେ ମେଡିସିନ ଷ୍ଟୋର ଚଳାଉଥିବା ଜଣେ ବ୍ୟକ୍ତି କହିଛନ୍ତି କି ଏପ୍ରିଲ ୩୦ ତାରିଖ ରାତିରେ ସେ ମେଡିକାଲ ଷ୍ଟୋରରେ ଥିଲେ । ସେ ନିଜେ ଜାଣିଛନ୍ତି କି ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହେବା ଯୋଗୁଁ ଚିକିତ୍ସିତ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ହେଲେ ଏନେଇ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ରହିଛି ।

ସବୁଠାରୁ ଦୁଖର ବିଷୟ କି ଏଭଳି ଦୁର୍ଘଟଣାକୁ ପୁରା ୬ ଦିନ ବ୍ୟାପିଯାଇଥିଲେ ବି ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ମେଡିକାଲ କର୍ତ୍ତୁପକ୍ଷଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ମୃତକଙ୍କ ପରିବାର ଦୁଃଖ ପ୍ରକାଶ କରିଛନ୍ତି ।

ସବୁଠାରୁ ବଡ ଦୁଃଖର କଥା ମେଡିକାଲ ରେ ଅକ୍ସିଜେନ ଅଭାବରୁ ରୋଗୀମାନେ ମରୁଥିବା ବେଳେ ଡାକ୍ତର ଓ ନର୍ସ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ ।