ସୀମାରେ ବଡ଼ ଧରଣର ସଂଘର୍ଷ : ସିଜ୍ ଫାୟାର ଉଲଂଘନ ପରେ ଭାରତୀୟ ସେନାର କଡ଼ା ଜବାବ । ପ୍ରତି-ଆକ୍ରମଣରେ ଟଳି ପଡ଼ିଲେ ୮ ପାକ୍ ଯବାନ

Advertisment
ସୀମାରେ ବଡ଼ ଧରଣର ସଂଘର୍ଷ : ସିଜ୍ ଫାୟାର ଉଲଂଘନ ପରେ ଭାରତୀୟ ସେନାର କଡ଼ା ଜବାବ । ପ୍ରତି-ଆକ୍ରମଣରେ ଟଳି ପଡ଼ିଲେ ୮ ପାକ୍ ଯବାନ

କନକ ବ୍ୟୁରୋ : ପାକିସ୍ତାନକୁ ମହଙ୍ଗା ପଡିଲା ସୀମାରେ ଅସ୍ତ୍ରବିରତି ଉଲଂଘନ । ପାକିସ୍ତାନ ସୀମାରେ ଥିବା ବଙ୍କର ଧ୍ୱଂସ କରିବା ସହ ୮ ପାକିସ୍ତାନୀ ଯବାନଙ୍କୁ ନିପାତ କରିଛି ଭାରତୀୟ ସେନା । ଉତ୍ତର ଜମ୍ମୁକାଶ୍ମୀରର ଏଲଓସିକୁ ଲାଗି ରହିଥିବା ତିନୋଟି ସେକ୍ଟରରେ ପାକିସ୍ତାନୀ ଯବାନମାନେ ଅସ୍ତ୍ରବିରତି ଉଲଂଘନ କରି ଆକ୍ରମଣ କରିଥିଲେ । ଏହାର ମୁହଁତୋଡ ଯବାବ ଦେଇଛି ଭାରତୀୟ ସେନା । ଭାରତୀୟ ସେନାର ସୂଚନା ଅନୁସାରେ ପାକିସ୍ତାନର ବଙ୍କର ଭିତରେ ଥିବା ୮ ଜଣ ଯବାନ ନିହତ ହୋଇଛନ୍ତି । ଏପରିକି ନିହତ ହୋଇଥିବା ପାକିସ୍ତାନୀ ଯବାନଙ୍କ ମଧ୍ୟରେ ୨ ରୁ ୩ଜଣ ଏସଏସଜି କମାଣ୍ଡର ଥିବା ଜଣାପଡିଛି ।

ଭାରତୀୟ ସେନାର କହିବା ଅନୁସାରେ ପାକିସ୍ତାନ ଉରୀଠାରୁ ଆରମ୍ଭ କରି ଗୁରେଜ ଅଂଚଳ ପର୍ଯ୍ୟନ୍ତ ସୀମାରେ ଅସ୍ତ୍ରବିରତି ଉଲଂଘନ କରିଥିଲା । ଏଥିରେ ଭାରତୀୟ ସେନାର ୩ ଯବାନ ସହିଦ ହୋଇଥିଲେ, ଓ ୫ ଜଣରୁ ଅଧିକ ସାଧାରଣ ଲୋକ ଆହତ ହୋଇଥିଲେ । ତାପରେ ସୀମାରେ ଥିବା ପାକିସ୍ତାନୀ ବଙ୍କର ଉପରେ ଆକ୍ରମଣ କରିଥିଲା ଭାରତ ।

ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରି ଆସୁଛି ପାକିସ୍ତାନୀ ସେନା । ଏଥିରେ ଭାରତୀୟ ସେନା ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କର ଜୀବନ ଯାଉଛି । ଯାହାର କଡା ଜବାବ ଦେଇଛି ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe