ଛତିଶଗଡ ସୁକମାରୁ ଆସିଲା ଭଲ ଖବର : ଭୁଶୁଡିଲା ଲାଲଗଡ…ହାତ ଛାଡିଲେ ୮ ମାଓବାଦୀ

211

କନକ ବ୍ୟୁରୋ : ଭୁଶୁଡିଲା ଲାଲଗଡ । ପଡୋଶୀ ଛତିଶଗଗଡ ସୁକୁମାରୁ ଆସିଲା ଭଲ ଖବର । ଅସ୍ତ୍ରଶସ୍ତ୍ର ଛାଡି ଜଣେ ମାଓ ଦମ୍ପତିଙ୍କ ସହ ୮ ମାଓବାଦୀ ସଙ୍ଗଠନରୁ ବିଦାୟ ନେଇଛନ୍ତି । ସୁକୁମା ଜିଲ୍ଲାପାଳ ନିତିନ ନନ୍ଦନୱାରଙ୍କ ସମେତ ସୁକୁମା ଏସପି ଓ ସିଆରପିଏଫ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରି ସମାଜର ମୁଖ୍ୟଧାରାରେ ସ୍ୱାଗତ କରାଯାଇଛି । ମାଓ ସଙ୍ଗଠନ ଏବେ ମୁଳ ନିତି ଆଦର୍ଶରୁ ବିଚ୍ୟୁତ୍ ହେଉଥିବାରୁ ଏହି ମାଓବାଦୀ ମାନେ ସଙ୍ଗଠନ ଛାଡିଛନ୍ତି । ଏଥିସହ ଜଙ୍ଗଲରେ ବଢୁଥିବା କରୋନା ସଂକ୍ରମଣ ଏହାର ଅନ୍ୟ କାରଣ ବୋଲି ଜଣାପଡିଛି ।