କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ସାକ୍ଲିିର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଚାଲିିଛି। ଗତକାଲି ରାତିରୁ ଏହି ଗୁଳି ବିନିମୟ ଜାରି ରହିଛି। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୮ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ବେଳେ ନକ୍ସଲଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୁକମା ଏସପି ଅଭିଷେକ ମୀନାଙ୍କ ଠାରୁ ପ୍ରକାଶ ଯେ, ସୁକମା ଜିଲ୍ଲାର ସାକଲିର ଜଙ୍ଗଲରେ କେତେକ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ପୁଲିସକୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସିଆରପିଏଫ, ଡିଆରଜି ଓ ଏସପିଏଫ ର ମିଳିତ ଫୋର୍ସକୁ ନେଇ ଗଠିତ ଟିକ୍ ସାକଲିର ଜଙ୍ଗଲରେ କମ୍ବିଂ ଅପରେସନ୍ ଚଳାଇଥିଲେ। ତେବେ ଗତକାଲି ରାତିରେ ଆରମ୍ଭ ହୋଇଥିିବା
ଏହି କମ୍ବିଂ ଅପରେସନ୍ କାଳରେ ସୁରକ୍ଷା କର୍ମୀ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିରେ ୮ରୁ ଊର୍ଧ୍ୱ ମାଓବାଦୀଙ୍କର ମୃତ୍ୟୁ ଘଟିଛି ବୋଲି ସୁକମା ଏସପି ଶ୍ରୀ ମୀନା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସାକଲିର ଜଙ୍ଗଲରେ ଏନକାଉଣ୍ଟର ଜାରି ରହିଛି। ଆବଶ୍ୟକ ହେଲେ ଅଧିକ ଫୋର୍ସ ଘଟଣାସ୍ଥଳକୁ ପଠାଯିବ ବୋଲି ଶ୍ରୀ ମୀନା ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/chhattisgarh01_1531974340_618x347.jpeg)