ଭାରତୀୟ କୂଟନୀତିର ବଡ ବିଜୟ । ଗୁପ୍ତଚର ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୮ ଭାରତୀୟଙ୍କୁ ମୁକ୍ତ କଲା କାତାର ।

416

କନକ ବ୍ୟୁରୋ: ଭାରତୀୟ କୂଟନୀତିର ବଡ ବିଜୟ । ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କାତାର । ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବତ୍ତିି ଜାରି କରି ଏହି ଘଟଣାକୁ ସ୍ୱାଗତ କରିବା ସହ କହିଛି ଯେ ଅଲ୍ ଦହରା ଗ୍ଲୋବାଲ କମ୍ପାନିରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି ।

କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ସ୍ୱାଗତ କରିଛନ୍ତି । ନାଗରିକମାନଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା । ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।