ହତ୍ୟା ମାମଲାର ଶୁଣାଣି କରି ରାୟ ଦେଲେ ବ୍ରହ୍ମପୁର ଏସଡିଜେଏମ୍ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ । ଯୁବକଙ୍କୁ ହତ୍ୟା ମାମଲାରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡ

614

କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଏକ ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ । ୨୦୧୭ ସେପ୍ଟେମ୍ବର ୧୮ ତାରିଖର ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁର ବୁଡୁ ପାତ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ତାଙ୍କ ଘରେ ପଶି ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପ୍ରଥମେ ୧୧ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ବୟାନକୁ ଭିତି କରି ୯ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଆଜି ବି ଜଣେ ଅଭିଯୁକ୍ତି ଫେରାର ରହିଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିଲା । ୧୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତି କରି ଆଜି ସେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ।