ମଧ୍ୟାହ୍ନ ଭୋଜନ ପାଇଁ ମୋଦୀଙ୍କ ଫୋନ କଲକୁ ନେଇ ଚର୍ଚ୍ଚା: ଲୋକସଭା କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ସହ ଲଞ୍ଚ ଖାଇଲେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ୪ଟି ଦଳର ୮ ସାଂସଦ

Advertisment
ମଧ୍ୟାହ୍ନ ଭୋଜନ ପାଇଁ ମୋଦୀଙ୍କ ଫୋନ କଲକୁ ନେଇ ଚର୍ଚ୍ଚା: ଲୋକସଭା କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ସହ ଲଞ୍ଚ ଖାଇଲେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ୪ଟି ଦଳର ୮ ସାଂସଦ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି । ହଠାତ୍ ପିଏମଓରୁ ଆସିଲା କଲ୍୍ । ହେଲେ, କାହିକିଁ ? ଏ ପ୍ରଶ୍ନ ଉଙ୍କି ମାରୁଥିଲା ୮ ଜଣ ସାଂସଦଙ୍କ ମନରେ । ଆଉ ଫୋନ କଲ ମୁତାବିକ ପ୍ରଧାନମନ୍ତ୍ରୀଙ୍କ ପାଖରେ ଆସି ପହଚିଂଲେ । ହସ ସହ ମୁହଁରେ କହିଲେ, ଚାଲନ୍ତୁ ଆପଣମାନଙ୍କୁ ଏକ ସଜା ଦେବି । ଆଉ ୮ ସାଂସଦଙ୍କୁ ନେଇ ପହଚିଂ ଯାଇଥିଲେ ସଂସଦ କ୍ୟାଟିଂନରେ । ଏହି ସମୟରେ ମନ ଖୋଲି କଥାହେବା ସହ ସାଂସଦଙ୍କ ମଧ୍ୟାହ୍ନ ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ଏକ ଘଂଟା ଧରି କ୍ୟାଟିଂନରେ ରହିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ସାଂସଦଙ୍କ ସମେତ ବିଏସପି, ବିଜେଡି, ଟିଡିପି ସାଂସଦ ଉପସ୍ଥିତ ଥିଲେ । ଏହି ସମୟରେ ୪ ବିଜେପି ସାଂସଦ ଏଲ୍ ଗୁରୁଗମ୍, ହିନା ଗାୱିତ, କୋନ୍ୟାକ୍, ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ବିଏସପି ସାଂସଦ ରିତେଶ ପାଣ୍ଡେ, ରିଭୋଲ୍୍ୟୁସନାରୀ ସୋସାଲିଷ୍ଟ ପାର୍ଟି ସାଂସଦ ଏନ୍ ପ୍ରେମଚାନ୍ଦ, ବିଜେଡି ସାଂସଦ ସସ୍ମିତ ପାତ୍ର ଏବଂ ଟିଡିପି ସାଂସଦ ରାମ ମୋହନ ନାଏଡୁ ସାମିଲ ଥିଲେ । ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ଭାତ ଡାଲି ସହ ମିଠା ଖାଇଥିବା କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe