ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସାମିଲ ହେଲା ୮ମାସର ଶିଶୁ, ଜାଣନ୍ତୁ କେମିତି

55

ମାତ୍ର ୮ମାସର ଶିଶୁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ନିଜର ନାମ ତାଲିକାଭୁକ୍ତ କରାଇସାରିଛି । ୨୪୪ ଦିନ(ପାଖାପାଖି ୮ ମାସ)ର ଶିଶୁର ପଥୁରୀ ରୋଗର ସଫଳ ଅସ୍ତ୍ରୋପଚାର କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।  ଶିଶୁର ନାଁ ରିୟା କୁମାରୀ ଓ ତାକୁ ବାନ୍ତି ସମସ୍ୟା ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅଲିଗଢ ମୁସଲିମ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେବା ପରେ ଯାଂଚ ସମୟରେ ଜଣାପଡିଲା କି ଶିଶୁର ପିତ୍ତାଶୟରେ ଗୋଟିଏ କିମ୍ବା ୨ଟି ନୁହେଁ ୩ଟି ପଥର(ଷ୍ଟୋନ) ଅଛି । ଏହା ଦେଖିବା ପରେ ଡାକ୍ତର ଶିଶୁର ପିତାମାତାଙ୍କୁ ଲେପ୍ରୋସ୍କୋପିକ ସର୍ଜରୀ କରିବା ପାଇଁ ପରାମର୍ଶ ଦେଲେ । ତା’ପରେ ଡାକ୍ତରମାନେ ସେହି ୮ମାସର ଶିଶୁର ସଫଳ ଅସ୍ତ୍ରୋପଚାର କରି ଗିନିଜ ୱାଲର୍ଡ ରେକର୍ଡ ସୃଷ୍ଟି କଲେ ।

ସୂଚନା ମୁତାବକ, ଡାକ୍ତରଙ୍କ ଏଭଳି ଉପଲବ୍ଧିର ଗିନିଜ ୱଲର୍ଡ ରେକର୍ଡର ୱେବସାଇଟରେ ଉଲ୍ଲେଖ କରାଯାଇଛି । ଏହା ସହିତ ଲେଖାହୋଇଛି କି ଡା. ରିଜୱାନ ଅହମଦ ଖାନ ଏବଂ ତାଙ୍କର ଟିମ ଅଲିଗଢ ମୁସଲିମ ବିଶ୍ୱବିଦ୍ୟାଳୟରେ ସର୍ଜରୀ ଜରିଆରେ ଶିଶୁର ପିତ୍ତାଶୟରୁ ସଫଳ ଭାବେ ତିନିଟି ପଥର ବାହାର କଲେ ଓ ଏହାସହିତ ଏହା ଏକ ବିଶ୍ୱ ରେକର୍ଡ ହୋଇଗଲା । ଶିଶୁଟି ସଂପୂର୍ଣ୍ଣ ରୂପେ ଠିକ ଅଛି ଓ ହସପିଟାଲରୁ ଡିସଚାର୍ଜ ମଧ୍ୟ ହୋଇସାରିଛି ।