କନକ ବ୍ୟୁରୋ : ଓଡିଶା ଇତିହାସରେ ଆଜି ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ଏହି କ୍ରମରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଓ କନକ ବର୍ଦ୍ଦନ ସିଂ ଦେଓ ଶପଥ ନେଇଛନ୍ତି । ଏହାସହ କ୍ୟାବିନେଟ ମନ୍ତ୍ରୀ ଭାବେ ୮ ଜଣ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଶପଥ ନେଇଛନ୍ତି । ହେଲେ ସବୁଠାରୁ ରୋଚକ କଥା ହେଉଛି ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୯ ଜଣଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ହେଲେ ଦଳ ପକ୍ଷରୁ ସେମାନଙ୍କ ଉପରେ ଭରସା କରାଯାଇଛି । ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀପଦ ପାଇଥିବା ବିଧାୟକମାନେ ହେଲେ ପ୍ରଭାତୀ ପରିଡା, କୃଷ୍ଣଚନ୍ଦ୍ର ପାତ୍ର, ପୃଥୀରାଜ ହରିଚନ୍ଦନ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ ବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସଂପଦ ଚନ୍ଦ୍ର ସ୍ୱାଇଁ

Advertisment