କନକ ବ୍ୟୁରୋ : ନୀତି କାନ୍ତିରେ ବିଭ୍ରାଟ ଯୋଗୁ ୮ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ବିଳମ୍ବ ଯୋଗୁ ଲକ୍ଷାଧିକ ଟଙ୍କାର ନଷ୍ଟ ହୋଇଛି ମହାପ୍ରସାଦ। ଗତକାଲି ଦ୍ବିତୀୟ ଭୋଗମଣ୍ଡପ ରାତି ୧୦ଟା ୧୦ ରେ ଶେଷ ହୋଇଥିଲା। ବରାଦି ମହାପ୍ରସାଦ ମଧ୍ୟ ନଷ୍ଟ ହୋଇଛି। ଠିକ୍ ସମୟରେ ଆଡପ ଅବଢ଼ା ନବାହାରିବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେଉ। ନୀତି କାନ୍ତି ସୂଚାରୁରୂପେ କରାଯାଉ। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଙ୍କ ଅଭିଯୋଗ।
ରଥଯାତ୍ରା ପରେ ବି ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ । ନଷ୍ଟ ହୋଇଗଲା ୮ ଲକ୍ଷ ଟଙ୍କାର ମହାପ୍ରସାଦ
/kanak/media/post_attachments/wp-content/uploads/2024/07/7-10.jpg)