ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚାରିଆଡେ ପୂଜା ମଉଜ । ପରିବାର ସହ ପୂଜା ମଣ୍ଡପ ବୁଲୁଛନ୍ତି ରାଜଧାନୀ ବାସୀ । ଆଉ ଏହି ସମୟରେ ହାତସଫା କରୁଛନ୍ତି ଲୁଟେରା । ରାଜଧାନୀର ପ୍ରଗତି ବିହାରର ଏକ ଘରୁ ଦୁର୍ବୃତ ଲୁଟିନେଇଛନ୍ତି ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା । ଘରର ସଦସ୍ୟ ଦୁର୍ଗାପୁଜା ଦେଖିବା ପାଇଁ ଯାଇଥିବା ବେଳେ, ମୁଖ୍ୟ ଦ୍ୱାରକୁ ଭାଙ୍ଗି ଦୁର୍ବୁତ ମାନେ କଳା କନା ବୁଲାଇ ଦେଇଛନ୍ତି ।
ଗୋଟିଏ ପଟେ ପୂଜା ମଣ୍ଡପକୁ ଜଗି ରହିଛନ୍ତି ମାଳ ମାଳ ପୋଲିସ ଅନ୍ୟପଟେ ପାଟ୍ରୋଲିଂ ଅଭାବରୁ ବେଧଡକ ଲୁଟ୍ କରୁଛନ୍ତି ଲୁଟେରା । କମିଶନରେଟ ପୋଲିସ ପାଇଁ ଏହା ବଡ ଆହ୍ୱାନ ପାଲଟିଛି । ପୁଜା ପୂର୍ବରୁ ଅପରାଧୀଙ୍କୁ ହାତକଡି ପିନ୍ଧାଇବା ପାଇଁ ଅଂଟା ଭିଡିଥିଲା ପୋଲିସ । ଜେଲ ଭିତରେ ବି କିଛି ଅପରାଧୀଙ୍କୁ ପୁରାଇଲା । ଆଉ ଏହାର ସୁଯୋଗ ନେଲେ ନୂଆ ଲୁଟେରା ଗ୍ୟାଙ୍ଗ। ସେପଟେ ପୁଜା ମଣ୍ଡପକୁ ଜଗୁଛନ୍ତି ମାଳ ମାଳ ପୁଲିସ। ସବୁ ମୁଖ୍ୟ ରାସ୍ତାରେ କମିଶନରେଟ ପୋଲିସର ମାଳ ମାଳ ଅଧିକାରୀ। ଆଉ ସାହି ଗଳିରେ ନିର୍ଜନତାର ସୁଯୋଗ ନେଇ ଲୁଟର ଜାଲ ବିଛାଇଛନ୍ତି ଅପରାଧୀ । ଲୁଟ୍ ହେବା ପରେ, ପୁଲିସ କହୁଛି ତଦନ୍ତ ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Screen-shot-2016-10-10-at-5.29.10-PM.png)