କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ କହିଲା ନଷ୍ଟ ହୋଇଯାଇଛି ଫୁସଫୁସ୍ ।

663

କନକ ବ୍ୟୁରୋ: କୋଭିଡ ପରିଚାଳନାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଲୁଟିଥିବାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି । କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ କହିଲା ରୋଗୀଙ୍କ ଫୁସଫୁସ୍ ନଷ୍ଟ ହୋଇଯାଇଛି । ତେଣୁ ଏବେ ତାଙ୍କୁ ଘରକୁ ନେଇ ଯାଆନ୍ତୁ ।  ୪୦ ଦିନରେ କୋଭିଡ ଚିକିତ୍ସା ବାବଦରେ ୮ ଲକ୍ଷର ଲମ୍ବା ବିଲ ଦେଇ ରୋଗୀକୁ ସ୍ଥାନାନ୍ତର କରିବାକୁ ଜବରଦସ୍ତି କରୁଛି ହସ୍ପିଟାଲ ।

ଚନ୍ଦ୍ରଶେଖରପୁରରେ ଅଣ୍ଡା ଦୋକାନରୁ ପରିବାର ପୋଷୁଥିବା ଜଣେ ବ୍ୟକ୍ତି ଏଭଳି ଶୋଷଣର ଶିକାର ହୋଇଛନ୍ତି । ଏବେ ସୁଦ୍ଧା ରୋଗୀଙ୍କ ପରିବାର ଚିକିତ୍ସା ବାବଦକୁ ୬ ଲକ୍ଷ ଟଙ୍କା ଦେଇସାରିଛନ୍ତି । ଏବେ ମେଡିକାଲ ପକ୍ଷରୁ ୮ ଲକ୍ଷ ଟଙ୍କାର ଲମ୍ବା ବିଲ ଦେଇ ରୋଗୀକୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରୁଛି ସଂପୃକ୍ତ ଡାକ୍ତରଖାନା  । ରୋଗୀର ଫୁସଫୁସ୍ ସଂକ୍ରମଣ ହୋଇଥିବା କହି ମେଡିକାଲରୁ ବାହାରି ଯିବାକୁ ବାଧ୍ୟ କରୁଛନ୍ତି ଭୁବନେଶ୍ୱର ଘରୋଇ ହସ୍ପିଟାଲ କର୍ତ୍ତୁପକ୍ଷ ।