କନକ ବ୍ୟୁରୋ : କାଶୀପୁରରେ ଘାତକ ହେଉଛି କଲେରା । ଗୋବରଘାଟି ଗାଁରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମୋଟ ୧୩୯ ଜଣ ଆକ୍ରାନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ହଇଜା ବ୍ୟାପିଥିବା ଅଞ୍ଚଳର ସମସ୍ତ ଜଳଉତ୍ସକୁ ନିଷିଦ୍ଧ ଘୋଷଣା କରାଯାଇଛି ।

Advertisment

ପ୍ରତି ଗାଁରେ ଦିନକୁ ୩ଥର ଦିଆଯାଉଛି ଶୁଦ୍ଧ ଜଳ । ଆରଏମଆରସି ପକ୍ଷରୁ କୁହାଯାଉଛି ଭିବ୍ରିଓ କଲେରା ବ୍ୟାକ୍ଟେରିଆ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାଣିରୁ ସଂକ୍ରମଣ ବ୍ୟାପୁଥିବାରୁ କାଶୀପୁରରେ ଟ୍ୟାଙ୍କରରେ ଯୋଗାଇ ଦିଆଯାଉଛି ପିଇବା ପାଣି । କାକୁଡିପଦର, ମୁଷୁରିପଦର, ରାମଗୁଡା, କାଳିଆପଡା, ଡୁମ୍ବାଗୁଡା ଓ ଡେଙ୍ଗାଗୁଡା ଅଞ୍ଚଳରେ ଆତଙ୍କ ଖେଳାଇଛି ହଇଜା ।

କାଶୀପୁରରେ ବଢୁଛି ହଇଜା

- ରାୟଗଡ଼ା କାଶୀପୁର ବ୍ଲକରେ ଗମ୍ଭୀର ହେଉଛି ହଇଜା ସ୍ଥିତି
- ୮ରେ ପହଞ୍ଚିଲାଣି ହଇଜା ମୃତ୍ୟୁ ସଂଖ୍ୟା
- ଟିକିରି ସାନମାଟିକଣା ଗାଁର ଡାଲମେ ମାଝୀଙ୍କ ଯାଇଛି ଜୀବନ
- ସୋମବାରରୁ ସେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ
- ୧୩୭ରୁ ଅଧିକ ଲୋକ ହଇଜାରେ ଆକ୍ରାନ୍ତ ହୋଇସାରିଲେଣି
- ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ
- ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍ ବିଭିନ୍ନ ସ୍ଥାନରେ ଚିକିତ୍ସା କରୁଛି
- ୫ଟି ଭ୍ରାମ୍ୟମାଣ ଟିମ୍ ପ୍ରତ୍ୟେକ ଗାଁକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି

ସଚେତନ କରୁଛି ସ୍ୱାସ୍ଥ୍ୟ ବିଭାଗ

- ହାଲୋଜେନ୍ ଟାବଲେଟ୍ ପାଣିରେ ମିଶାଇ ସେବନ କରିବାକୁ ପରାମର୍ଶ
- ନିୟମିତ ବ୍ୟବଧାନରେ ଓଆରଏସ୍ ଔଷଧ ନେବାକୁ କହୁଛନ୍ତି ସ୍ୱାସ୍ଥ୍ୟକର୍ମୀ
- ଅଙ୍ଗନବାଡି ଓ ଆଶାକର୍ମୀ ଘରକୁ ଘର ବୁଲି କରୁଛନ୍ତି ସଚେତନ
- ସମସ୍ତ ଜଳ ଉତ୍ସକୁ ନିଷିଦ୍ଧାଂଚଳ ଘୋଷଣା କରିଛି ପ୍ରଶାସନ
- ନଦୀ, ନାଳ ଓ ଅନ୍ୟ ଜଳଉତ୍ସର ପାଣି ବ୍ୟବହାର ଉପରେ କଟକଣା
- ପ୍ରଭାବିତ ଗାଁ ଗୁଡ଼ିକର ଜଳଉତ୍ସକୁ ବିଶୋଧନ କରାଯାଉଛି
- ପ୍ରତି ଗାଁରେ ଦିନକୁ ୩ ଥର ଶୁଦ୍ଧ ଜଳ ଦିଆଯାଉଛି

କେତେ ମାରାତ୍ମକ ଭିବ୍ରିଓ କଲେରା ?

- କଲେରା ତୁଳନାରେ ଭିବ୍ରିଓ କଲେରା ଅଧିକ ମାରାତ୍ମକ
- ପ୍ରଥମେ ସାଧାରଣ କିମ୍ବା ଆଦୌ ଲକ୍ଷଣ ଜଣାପଡ଼େ ନାହିଁ
- କିନ୍ତୁ କିଛି ଘଣ୍ଟା ଭିତରେ ରୋଗୀ ଗୁରୁତର ହୋଇପଡ଼ିଥାନ୍ତି
- କଲେରା ତୁଳନାରେ ଭିବ୍ରିଓରେ ମୃତ୍ୟୁ ସମ୍ଭାବନା ଅଧିକ
- ଶରୀରରେ ୯୯ ପ୍ରତିଶତରୁ ଅଧିକ ଜଳୀୟ ଅଂଶ କମାଇ ଦେଇଥାଏ
- ଦୁଇ ତିନି ଘଣ୍ଟାରେ ୭ରୁ ଅଧିକ ଥର ଝାଡ଼ା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ
- ଝାଡ଼ା ସହିତ ରୋଗୀଙ୍କର ଅଧିକ ବାନ୍ତି ହୋଇଥାଏ
- ଲୁଣିଆ ପାଣିରେ ସାଧାରଣତ ଏହି ଜୀବାଣୁ ଅଧିକ ବ୍ୟାପିଥାଏ