କନକ ବ୍ୟୁରୋ: ଆଜି ସକାଳେ ରୁଷର ପର୍ମଷ୍ଟେଟ୍ ୟୁନିଭର୍ସିଟରେ ଆତତାୟୀର ଗୁଳିରେ ୮ଜଣଙ୍କ ଜୀବନ ଯିବା ସହ ୬ଜଣ ଗୁରୁତ୍ୱ ଆହତ ହୋଇଛନ୍ତି । ଖବର ପାଇ ସୁରକ୍ଷା ବଳ ପହଂଚି କାଉଣ୍ଟର ଆଟାକ କରିବା ଫଳେରେ ଆତତାୟୀ ମଧ୍ୟ ନିହତ ହୋଇଥିବାେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।ଆତତାୟୀ ଠାରୁ ବଂଚିବାକୁ ଝରକା ପଟେ ଦେଇ ଛାତ୍ରମାନେ ଡେଉଁଥିବା ଭିଡିଓ ଏବେ ଚାଂଚଲ୍ୟ ସୃଷ୍ଟି କରିଛି । publive-image

Advertisment

ମିଳିଥିବା ଖବର  ଅନୁସ‌ାରେ, ଜଣେ ଅଜ୍ଞାତ ବ୍ୟକ୍ତି ‘ପିଏସ୍‌ୟୁ’ର ଗୋଟିଏ ଅଟ୍ଟାଳିକାରେ ଗୁଳି ଚଳାଇଥିଲେ। ରୁଷ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ଉପରୋକ୍ତ ଘଟଣାରେ ୧୦ରୁ ଅଧିକ ‌ବ୍ୟକ୍ତି ଆହତ ହୋଇଛନ୍ତି।ରୁଷ୍‌ର ‘ଟାସ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସ‌ାରେ , ଆକ୍ରମଣକାରୀଙ୍କ ଠାରୁ ବର୍ତ୍ତିବା ପାଇଁ କେତେକ ଶିକ୍ଷାର୍ଥୀ ବିଶ୍ବବିଦ୍ୟାଳୟ ଅଡିଟରିୟମ୍‌ରେ କବାଟ କିଳି ରହିଥିଲେ। କେତେକ ଶିକ୍ଷାର୍ଥୀ ଝରକା ବାଟେ ଡେଇଁ ପଳାଇଥିଲେ। ଆଇନ୍‌ ପ୍ରବର୍ତ୍ତନକାରୀ ଏଜେଣ୍ଟ୍‌ମାନେ ଘଟଣାସ୍ଥଳରେ ପହଂଚିଥିଲେ ।ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀ ଜଣକ ହାନିକାରକ ତଥା ସ୍ବଳ୍ପ ମାରାତ୍ମକ ଅସ୍ତ୍ର ଧରିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିଥିଲା ଏବଂ ଅଳ୍ପ ସମୟ ପରେ ଧରାପଡ଼ିଥିଲା।ବନ୍ଧୁକଧାରୀଜଣକ ଉକ୍ତ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ‘ରୁଷ୍‌ର ‘ଇ‌ନ୍‌ଭେଷ୍ଟିଗେଟିଭ୍‌ କମିଟି’ କହିଛି।