ଭାରତରେ ୩୮ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ : ଚିହ୍ନଟ ହେଲେ ଆଉ ୯ ନୂଆ ଆକ୍ରାନ୍ତ

85

କନକ ବ୍ୟୁରୋ : ଭାରତରେ ମଧ୍ୟ ନୂଆ କୋଭିଡ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ନୂଆ କୋଭିଡ ଷ୍ଟ୍ରେନର ୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ସାରାଦେଶରେ ନୂତର ଷ୍ଟ୍ରେନରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏହା ଭିତରୁ ୧୦ଟି ବେଙ୍ଗଳୁରୁ, ୩ଟି ହାଇଦ୍ରାବାଦ, ୫ଟି ପୁଣେ, ୧୯ଟି ଦିଲ୍ଲୀରୁ ଏବଂ ଗୋଟିଏ କୋଲକାତାରୁ ଚିହ୍ନଟ ହୋଇଛି । ଦିଲ୍ଲୀରେ ବଢୁଥିବା ସଂଖ୍ୟା ଦେଶବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି ।

ତେବେ ଆଶ୍ୱସ୍ତିର ବିଷୟ ହେଉଛି, ଭୁବନେଶ୍ୱରରୁ ପରୀକ୍ଷା ପାଇଁ ଯାଇଥିବା ସମସ୍ତ ନମୁନା ନେଗେଟିଭ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ବ୍ରିଟେନରୁ ଭାରତର ବିଭିନ୍ନ ବିମାନବନ୍ଦରରେ ୩୩ ହଜାର ଯାତ୍ରୀ ଓହ୍ଲାଇଛନ୍ତି । କରୋନା ଭାଇରସର ନୂତନ ଷ୍ଟ୍ରେନକୁ ଦେଖି ସରକାର ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିଥିଲେ । ହେଲେ ଜାନୁଆରୀ ୬ ତାରିଖରୁ ପୁଣି ଦୁଇ ଦେଶ ଭିତରେ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ।