କନକ ବ୍ୟୁରୋ: ତିହିଡିକୁ ଏନ ଏ ସି ଦାବିରେ ତିହିଡିକୁ ୮ ଘଣ୍ଟିଆ ଵନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଅପରାହ୍ନ ୨ ଘଟିକା ପର୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ତିହଡି ବ୍ଲକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ସମସ୍ତ ବର୍ଗର ଲୋକମାନେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଦୁଇ ଦୁଇ ଥର ଏନଏସି ଓଡ଼ିଶାର ଵିଭିନ୍ନ ପ୍ରାନ୍ତକୁ ଏନ ଏ ସି ଘୋଷଣା କରିଛନ୍ତି। ଭଦ୍ରକରେ ପ୍ରଥମ ପର୍ୟ୍ୟାୟରେ ଆଗରପଡା ଓ ଦ୍ଵିତୀୟ ପର୍ୟ୍ୟାୟରେ ଧାମରାକୁ ଏନ ଏ ସି ଘୋଷଣା କରିଥିଲେ ମଧ୍ୟ ତିହିଡି ପ୍ରତି ଏତେ ଵୈମାତୃକ ମନୋଭାବ କଣ ପାଇଁ ପାଇଁ ବୋଲି ପ୍ରଶ୍ନ କରିଛି ନାଗରିକ ମଞ୍ଚ ।