ଯାଜପୁରର ୮ ଗାଁକୁ କଂଟେନମେଂଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ମେ ୫ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ ଅଂଚଳ ଭାବେ କରାଗଲା ଘୋଷଣା

461

କନକ ବ୍ୟୁରୋ : ବୁଧବାର ୮୩ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଅଂଚଳର ବୋଲି ଜଣାପଡିବା ପରେ ଆକ୍ରାନ୍ତ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ଓ ଚିତାଳ ପଂଚାୟତର ୮ଟି ଗାଁକୁ କଂଟେନମେଂଟ ଅଂଚଳ ବୋଲି ଘୋଷଣା କରାଯାଇଛି । ଏହି ଅଂଚଳରେ  ୮୭୫ ପରିବାରର ୩ ହଜାର ୫୭୬ ଜଣ ବ୍ୟକ୍ତି ରହୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ଅଂଚଳକୁ ମେ ୫ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଏହି ଅଂଚଳର ଲୋକ ବାହାରକୁ କିମ୍ବା ବାହାର ଲୋକ ସେହି ଅଂଚଳ ଭିତରକୁ ପ୍ରବେଶ କରି ପାରିବେ ନାହିଁ ।

୮୩ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ୨୯ ତାରିଖରେ କୋଲକାତାର ଗଙ୍ଗାଘାଟରୁ ବାହାରିଥିଲେ । ୩୦ ତାରିଖରେ ସଠିପୁରରେ ପହଁଚିଥିଲେ । ସେଠାରୁ ଏକ ଗାଡି ଯୋଗେ ଆସିଥିଲେ । ଫେରିବା ପରେ ସେ ୧୪ ଦିନ ଘରେ ସଂଗରୋଧରେ ରହିଥିଲେ । ସେସମୟରେ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା । ତା ପରେ ସେ ବିଭିନ୍ନ ସ୍ଥାନକୁ ଯିବାଆସିବା କରିବା ସହ ପରିବାର ଓ ଗାଁ ଲୋକଙ୍କ ସହ ଅନାୟସରେ ମିଳାମିଶା କରିଥିଲେ । ତେଣୁ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏସବୁର କଂଟାକ୍ଟ ଟ୍ରେସିଂ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି

Comments are closed.