କନକ ବ୍ୟୁରୋ : ବୁଧବାର ୮୩ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଅଂଚଳର ବୋଲି ଜଣାପଡିବା ପରେ ଆକ୍ରାନ୍ତ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ଓ ଚିତାଳ ପଂଚାୟତର ୮ଟି ଗାଁକୁ କଂଟେନମେଂଟ ଅଂଚଳ ବୋଲି ଘୋଷଣା କରାଯାଇଛି । ଏହି ଅଂଚଳରେ ୮୭୫ ପରିବାରର ୩ ହଜାର ୫୭୬ ଜଣ ବ୍ୟକ୍ତି ରହୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ଅଂଚଳକୁ ମେ ୫ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଏହି ଅଂଚଳର ଲୋକ ବାହାରକୁ କିମ୍ବା ବାହାର ଲୋକ ସେହି ଅଂଚଳ ଭିତରକୁ ପ୍ରବେଶ କରି ପାରିବେ ନାହିଁ ।
୮୩ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ୨୯ ତାରିଖରେ କୋଲକାତାର ଗଙ୍ଗାଘାଟରୁ ବାହାରିଥିଲେ । ୩୦ ତାରିଖରେ ସଠିପୁରରେ ପହଁଚିଥିଲେ । ସେଠାରୁ ଏକ ଗାଡି ଯୋଗେ ଆସିଥିଲେ । ଫେରିବା ପରେ ସେ ୧୪ ଦିନ ଘରେ ସଂଗରୋଧରେ ରହିଥିଲେ । ସେସମୟରେ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା । ତା ପରେ ସେ ବିଭିନ୍ନ ସ୍ଥାନକୁ ଯିବାଆସିବା କରିବା ସହ ପରିବାର ଓ ଗାଁ ଲୋକଙ୍କ ସହ ଅନାୟସରେ ମିଳାମିଶା କରିଥିଲେ । ତେଣୁ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏସବୁର କଂଟାକ୍ଟ ଟ୍ରେସିଂ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Screen-Shot-2020-04-23-at-7.22.01-AM.png)