କୋଭିଡ ଡ୍ୟୁଟିକୁ ଯାଉଥିବା ଡାକ୍ତରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ୮ ଡାକ୍ତର ଆହତ ।

99

କନକ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ କଟକରୁ ବଲାଙ୍ଗୀର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତି ପ୍ରାୟ ୧୨ଟା ସମୟରେ ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାପ୍ରସାଦ ଠାରେ ବସଟି ଏକ ଗଛକୁ ଧକ୍କା ଦେଇଥିଲା।

ଦୁର୍ଘଟଣାଗ୍ରସ୍ତ ବସରେ ୨୦ ଜଣ ହାଉସ ସର୍ଜନ ଡାକ୍ତର ଥିବା ବେଳେ ୮ ଜଣ ଆହତ ହୋଇଥିଲେ। ଆଉ ଏହି ଖବର ପାଇବା କ୍ଷଣି  ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ରଶ୍ମିରଞ୍ଜନ ଭଦ୍ରା, ଥାନା ଅଧିକାରୀ କିରଣ ହେମ୍ବ୍ରମ ଏବଂ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି । ଆହତ ଡାକ୍ତରଙ୍କ ଚିକିତ୍ସା ପରେ ସେମାନଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି ।