କନକ ବ୍ୟୁରୋ: ଜାଗରରେ ଅଘଟଣ । ପାହାଡରୁ ଖସିଲା ପଥର । ବୀରମିତ୍ରପୁରରେ ହାତୀବାରିରେ ଥିବା ଜଟିଆ ପାହାଡ ଉପରେ ମନ୍ଦିରରେ ଦର୍ଶନ କରୁଥିବା ବେଳେ ପଥର ଧସି ୧୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଜଟିଆ ବାବା ମନ୍ଦିରକୁ ଯାଉଥିବା ଭକ୍ତମାନେ ଏଥିରେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Advertisment

publive-image

ସୂଚନା ଅନୁସାରେ, ମହାଶିବରାତ୍ରୀ ଉପଲକ୍ଷେ ସୁନ୍ଦରଗଡ଼ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରୁ ଅନେକ ଯାତ୍ରୀ ସମାଗମ ହୋଇଥିଲା। ଭୂଇଁଠାରୁ ୪୦ କିଲୋମିଟର ଉଚ୍ଚରେ ଜଟିଆ ପାହାଡ଼ରେ ଥିବା ଜଟିଆବାବା ଶିବ ମନ୍ଦିରକୁ ଯିବା ପାଇଁ ପାହଚ ଶ୍ରେଣୀ ରହିଛି। ପୂର୍ବାହ୍ନ ୧୦: ୩୦ ରୁ ୧୧ଟା ମଧ୍ୟରେ ଯାତ୍ରୀମାନେ ଏହି ପାହାଚ ଚଢ଼ି ମନ୍ଦିର ଆଡ଼କୁ ଯାଉଥିବା ବେଳେ ପାହାଡ଼ ଉପରୁ ଖଣ୍ଡେ ବଡ଼ ପଥର ଖସି ଗଡ଼ି ଗଡ଼ି ତଳକୁ ଆସିଥିଲା। ଗଡ଼ିବା ବାଟରେ ବଡ଼ ପଥରଟି ଅନେକ ଛୋଟ ପଥର ଖଣ୍ଡରେ ବାଜିଥିଲା। ଫଳରେ ସେଗୁଡ଼ିକ ମଧ୍ୟ ତଳକୁ ଗଡ଼ି ଆସି ଯାତ୍ରୀମାନଙ୍କ ଉପରେ ପଡ଼ିଥିଲା।

publive-image

ପଥରମାଡ଼ରେ ଆହତ ୨୦ଜଣଙ୍କୁ ଚିକିତ୍ସା ନିମନ୍ତେ ହାତୀବାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ଗରୁତର ସ୍ୱାସ୍ଥ୍ୟାବସ୍ଥା ଥିବା ଅନ୍ୟ ୧୫ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଛି।