କୋଲକାତାରେ କାଳବୈଶାଖୀର ତାଣ୍ଡବ । ୮ ମୃତ, ଅନେକ ଆହତ

Advertisment
କୋଲକାତାରେ କାଳବୈଶାଖୀର ତାଣ୍ଡବ । ୮ ମୃତ, ଅନେକ ଆହତ

Source:The Hans India

କନକ ବ୍ୟୁରୋ: ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ରାଜଧାନୀ ଏବଂ ତାହାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୯୮ କିଲୋମିଟର ବେଗନରେ ପବନ ବହିବା ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ବତାସ ପ୍ରବାହିତ ହେବା ଫଳରେ ସର୍ବସାଧାରଣ ପରିବହନ ଓ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ମୃତ୍ୟୁସଂଖ୍ୟା ୧୩ ବୋଲି କିଛି ଅସମର୍ଥିତ ସୂତ୍ରରୁ ପ୍ରକାଶ। କୋଲକାତାରେ ୫ ଜଣ, ବାଙ୍କୁରା ଜିଲ୍ଲାରେ ଦୁଇ ଜଣ ଏବଂ ହାଓଡ଼ାରେ ଜଣେ ମୃତୁ ବରଣ କରିଥିବା କଥା ପୁଲିସ କହିଛି। ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ଜି କେ ଦାସ କହନ୍ତି: ରାତି ୭. ୪୨ ମିନିଟରେ ଘଣ୍ଟା ପ୍ରତି ୯୮ କିଲୋମିଟର୍ ବେଗ ପବନ ସହ କାଳବୈଶାଖି ମାଡ଼ି ଆସିଥିଲା।

ପୁଲିସ କହିବା ଅନୁସାରେ, ଗଛ ଉପୁଡ଼ି ପଡ଼ିବାରୁ ୨୬ଟି ସ୍ଥାନରେ ରାସ୍ତା ଅବରୋଧ ହୋଇ ଯାନବାହନ ଚଳାଚଳ ବାଧା ପାଇଥିଲା। ଭଙ୍ଗାରୁଜା ଜିନିଷ ହଟାଇବା ପାଇଁ କୋଲକାତା ମହାନଗର ନିଗମ ବିପର୍ଯ୍ୟୟ ପରିଚାଳନା ଦଳକୁ କାମରେ ଲଗାଇଥିଲା। ଅନେକ ସ୍ଥାନରେ ନିଆଁ ଲାଗି ଯାଇଥିବା ଖବର ମଧ୍ୟ ଆସିଥିଲା ବୋଲି ଜଣେ ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି । ଝଡ଼ ସମୟରେ ସର୍ଟ ସର୍କିଟ୍ ହେବାରୁ ସହରର ମଧ୍ୟଭାଗରେ ଅବସ୍ଥିତ ନିୟୁ ମାର୍କେଟ୍ ଥାନା ଅନ୍ଧାରରେ ଡୁବି ଯାଇଥିଲା।

ମେଟ୍ରୋ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାରୁ କାମ ପରେ ଘରକୁ ଫେରୁଥିବା ଲୋକେ ଭିଡ଼ରେ ଅଟକି ଅଟକି ଯାଇଥିଲେ। ରାତି ୭. ୫୦ ପର ଠାରୁ ୨ ଘଣ୍ଟା ଯାଏଁ ମେଟ୍ରୋ ସେବା ବାଧା ପାଇଥିଲା ବୋଲି କୋଲକାତା ମେଟ୍ରୋ ରେଲ୍େଓ୍ଵ ମୁଖପାତ୍ର କହିଛନ୍ତି । ବତାସରେ ତାର ଛିଡ଼ି ଯାଇଥିବାରୁ ପୂର୍ବ ଏବଂ ଦକ୍ଷିଣ ରେଳବାଇ ସୂତ୍ରରୁ ପ୍ରକାଶ ଯେ ସିଆଲ୍ଦା ଏବଂ ହାଓଡ଼ା ଉପଖଣ୍ଡ ଅନ୍ତର୍ଗତ ଉପନଗରରେ ରେଳ ସେବା ପ୍ରଭାବିତ ହୋଇଥିଲା। ପବନ ଝାଙ୍କ ଯୋଗୁଁ କେତେକ ବିମାନ ଉଡ଼ାଣ ଏବଂ ଅବତରଣରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe