କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସିନ୍ଧୁନଦୀରେ ଖସିପଡିଲା ସେନା ଗାଡି । ଫଳରେ ଏଥିରେ ଯାଉଥିବା ୮ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଛନ୍ତି । ସୂଚନା ମୁତାବକ. ସିଆରପିଏଫ୍ ଯବାନ୍ ବାଲଟାଲ ରାସ୍ତାରେ ଅମରନାଥ ଗୁମ୍ଫା ଅଭିମୁଖେ ଯାଉଥିବାବେଳେ ଅଘଟଣ ଘଟିଥିଲା । ଆହତଙ୍କୁ ବାଲଟାଲ ବେସ୍ ଶିବିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।