ଲାଇନଚ୍ୟୁତ ଲୋକମାନ୍ୟ ଏକ୍ସପ୍ରେସ । ୩୦ରୁ ଅଧିକ ଆହତ ସୂଚନା, ରେଲୱେ ଜାରିକଲା ହେଲ୍ପଲାଇନ୍ ନମ୍ବର । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟଜାରି…

478

କନକ ବ୍ୟୁରୋ: ମୁମ୍ବାଇ – ଭୁବନେଶ୍ୱର ଲୋକମାନ୍ୟ ତିଲକ ଟର୍ମିନସ୍ ଏକ୍ସପ୍ରେସ ଲାଇନଚ୍ୟୁତ । କଟକର ଶାଳଗାଁ ନିର୍ଗୁଣ୍ଡି ନିଟକରେ ଏକ୍ସପ୍ରେସ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେବା ଯୋଗୁଁ ଏଲଟିଟିଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଘନକୁହୁଡି ଯୋଗୁୁଁ ଏହି ଦୁର୍ଘଟଣା ଘଟିଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ୧୨୮୭୯ନମ୍ବର ଏକ୍ସପ୍ରେସ ଟାଙ୍ଗୀ ନିକଟରେ ଲାଇନଚ୍ୟୁତ ହୋଇଛି । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ରେଲୱେ ଜାରି କଲା ହେଲ୍ପଲାଇନ ନମ୍ବର । ଟ୍ରେନରେ ଯାତ୍ରା କରୁଥିବା ସମ୍ପର୍କୀୟ ମାନଙ୍କୁ ହେଲ୍ପଲାଇନ ନମ୍ବର – ୦୬୭୧୧୦୭୨, ୦୬୭୪୧୦୭୨ରେ ଯୋଗାଯୋଗ କରିପାରିବେ ।