କନକ ବ୍ୟୁରୋ: ବିନା ଭୋଟିଂରେ ବିଜେପିର ବିଜୟ । ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର ୮ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିରୋଧୀ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ନାମାଙ୍କନ ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସମେତ ୮ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ପେମା ଖାଣ୍ଡୁଙ୍କ ସହ ଜିରୋ ଆସନରୁ ହେଗ୍ ଆପ୍ପା, ରୋଇଙ୍ଗ୍ ଆସନରୁ ମୁଚୁ ମିଥି, ସାଗାଲି ଆସନରୁ ରାତୁ ତେଜି, ଇଟାନଗର ଆସନରୁ ତେଜି କାସୋ, ତାଲି ଆସନରୁ ଜାଇକ୍ ତାକୋ ଏବଂ ତାଲିହା ଆସନରୁ ନ୍ୟାତୋ ଦୁକାମ ବିଜୟୀ ହୋଇଛନ୍ତି ।

Advertisment

ସେପଟେ ବିଜୟ ସହ ପେମା ଖାଣ୍ଡୁ ଲଗାତର ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବା ଆଡ଼କୁ ଅଗ୍ରସର ହୋଇଛନ୍ତି । ଏହା ପୂର୍ବରୁ ୨୦୧୧ରେ ସେ ମୁକ୍ତୋ ଆସନରୁ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ । କାରଣ ସେହିବର୍ଷ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜି ଖାଣ୍ଡୁଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଯାହା ପରେ ମୁକ୍ତୋ ଆସନ ଖାଲିପଡ଼ିଥିଲା । ଅରୁଣାଚଳ ପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ ହେବ । ଏପ୍ରିଲ ୧୯ ତାରିଖରେ ୬୦ ଆସନ ବିଶିଷ୍ଟ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ଜୁନ୍ ୨ ତାରିଖରେ ମତଗଣନା ହେବ ।