କନକ ବ୍ୟୁରୋ : ମହାନଦୀରେ ବିଗତ କିଛି ବର୍ଷରେ ଲଗାତାର କମୁଛି ଜଳପ୍ରବାହ । ଏନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ମହାନଦୀରେ ଜଳପ୍ରବାହକୁ ନେଇ ପ୍ରଶ୍ନ କରିଥିଲେ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ଦ୍ୱାରା କେତୋଟି ବ୍ୟାରେଜ ହୋଇଛି ଓ ଛତିଶଗଡ ସରକାର ମହାନଦୀ ପାଣିକୁ ଅଟକାଉଥିବାରୁ ଓଡ଼ିଶାର ମହାନଦୀର ଜଳପ୍ରବାହ ତିନି ବର୍ଷରେ କେତେ ପରିମାଣ ହ୍ରାସ ପାଇଛି ଏବଂ ସରକାର ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ସୌଭିକ ପ୍ରଶ୍ନ କରିଥିଲେ ।

Advertisment

ସୌଭିକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମହାନଦୀର ଉପର ମୁଣ୍ଡରେ ଛତିଶଗଡ ଦ୍ୱାରା ୮ଟି ବ୍ୟାରେଜ ନିର୍ମାଣ କରାଯାଇଛି । ଏହି ସବୁ ବ୍ୟାରେଜ ନିର୍ମାଣ କରି ଛତିଶଗଡ ମହାନଦୀ ପାଣିକୁ ଅଟକାଉଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ଅଣ ମୌସୁମୀ ସମୟରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ବିଗତ ୩ ବର୍ଷରେ ହୀରାକୁଦ ଜଳଭଣ୍ଡାରକୁ ଅଣ ମୌସୁମୀ ସମୟରେ ହାରାହାରି ଜଳ ପ୍ରବାହ ପ୍ରାୟ ୧.୫୯୬ ନିୟୁତ ଏକର ଫୁଟ୍ ରହିଛି ।

ଓଡ଼ିଶାର ଜୀବନ ରେଖା ମହାନଦୀର ସୁରକ୍ଷା ପାଇଁ ରାଜନୈତିକ, ପ୍ରଶାସନିକ, ଓ ନ୍ୟାୟିକ ସ୍ତରରେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଏବେ ଏହି ମାମଲା ଟ୍ରିବ୍ୟୁନାଲଙ୍କ ପାଖରେ ବିଚାରଧୀନ ରହିଛି ବୋଲି ପ୍ରମିଳା କହିଛନ୍ତି ।