କନକ ବ୍ୟୁରୋ : ଖଲ୍ଲିକୋଟରେ ରାଜନୈତିକ ହିଂସା ମାମଲାରେ କାର୍ଯ୍ୟାନୁଷ୍ଠାନ । ୮ଜଣ ଆକ୍ରମଣକାରୀଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ।

Advertisment

ଖଲ୍ଲିକୋଟରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ବିଜେପି ଓ ବିଜେଡି କର୍ମୀ ପୋଷ୍ଟର ମାରିବାକୁ ନେଇ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଦୁଇ ଗୋଷ୍ଠୀ ହଣାହଣି ହୋଇଥିଲେ । ଏଥିରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ ଦିଲୀପ ପାହାନ ବୋଲି ଜଣାପଡ଼ିଛି । ଅନ୍ୟ ୭ ଗୁରୁତରଙ୍କୁ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତି କରାଯାଇଛି । ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା । ଏହା ପରେ ଏହି ରାଜନୈତିକ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ମାମଲାରେ ସଂମ୍ପୃକ୍ତ ୮ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ପେରାର ଥିବା ବେଳେ, ତାକୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି